ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ଉଦଘାଟନ କଲେ ମନ୍ତ୍ରୀ ଅଶୋକ ପଣ୍ଡା

1 min read

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଆଜିଠାରୁ ଆରମ୍ଭ ହେଲା ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ମେଳାଟି ନଭେମ୍ବର ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ଆନ୍ତର୍ଜାତିକ ମେଳାରେ ଥିବା ଓଡିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଯାହାର ଥିମ ରହିଛି ବସୁଧୈବ କୁଟୁମ୍ବକମ୍ । ଚଳିତ ବର୍ଷ ଓଡିଶା ପାଭିଲିୟନକୁ ମିଳିଛି ୫୫୦ସ୍କୋୟାର ମିଟର । ସେଥିରେ ଓଡିଶା ସରକାରଙ୍କ ୮ଟି ବିଭାଗର ୨୪ଟି ଷ୍ଟଲ ସ୍ଥାନ ପାଇଛି । ୨୦୦୦ ବର୍ଷ ପୂର୍ବରୁ ଓଡ଼ିଶା ଏକ ମାତ୍ର ଉପକୂଳ ରାଜ୍ୟ ଭାବେ ଏହି ଥିମକୁ ଆପଣାଇଛି । ଓଡ଼ିଶା ସରକାର ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଛନ୍ତି ।

ମେଳାରେ ମିଶନ ଶକ୍ତି ମହିଳାମାନେ ସେମାନଙ୍କ ଉତ୍ପାଦର ଷ୍ଟଲ ଲଗାଇଛନ୍ତି । ଏହାସହ ହସ୍ତତନ୍ତ ଓ ବୟନଶିଳ୍ପ ଉତ୍ପାଦ, କୃଷି ବିକାଶ, ଏମଏସଏମଇ ବିଭାଗର ଅନେକ ଷ୍ଟଲ ସ୍ଥାନ ପାଇଛି । ଏଥି ସହିତ ଓରମାସ, ମିଶନ ଶକ୍ତି, ହାଣ୍ଡଲୁମ୍, ଟେକ୍ସଟାଇଲସ , ହାଣ୍ଡିକ୍ରାଫ୍ଟ, କୃଷି ଏବଂ କୃଷକ ସଶକ୍ତିକରଣ, ଟୁରିଜୀମ, ST ଏବଂ SC ଡେଭଲପମେଣ୍ଟ , ଏମଏସଏମଇର ଷ୍ଟଲ ରହିଛି । ସେହିଭଳି ଥିମ୍ ଅନୁଯାୟୀ ଓଡ଼ିଶା ପାଭିଲିୟନରେ ଏକ ବୋଇତ ମଧ୍ୟ ସ୍ଥାପିତ ହୋଇଛି । ବୋଇତରେ ୭ ଟି ଲାଇଭ ଷ୍ଟ୍ରିମର ଷ୍ଟଲ ଲାଗିଛି । ଏହି ମେଳାରେ ସ୍ଥାନ ପାଇଛି ଖୋର୍ଦ୍ଧା ବେଗୁନିଆ ବ୍ଲକର ରାଉତପଡା ଗ୍ରାମର ଅହିଂସା ପାଟ, ନବରଙ୍ଗପୁରର ଭୋଟାଦା ଟ୍ରାଇବଙ୍କ ପାଡି କ୍ରାଫ୍ଟସ ,ଡଙ୍ଗରିଆ କନ୍ଧଙ୍କ ସାଲ୍ , ଲାଞ୍ଜିଆ ସଉରା ପେଣ୍ଟିଂ, ପଥର ଖୋଦିତ ମୂର୍ତ୍ତି, ଏବଂ ଚାନ୍ଦୁଆ ଷ୍ଟଲ ଇତ୍ୟାଦି ରହିଛି ।