ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି: ସଂରକ୍ଷଣ ନେଇ ଜିଲ୍ଲାସ୍ତରରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ପ୍ରକାଶ ପାଇବ ଚିଠା ତାଲିକା । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲା ସ୍ତରରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ  ।  ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ  ଲାଗି ଏହି ଚିଠା ବିଜ୍ଞପ୍ତି ପ୍ରକାଶ ପାଉଛି । ସଂରକ୍ଷଣରେ କାହାର କିଛି ଆପତ୍ତି ଥିଲେ ୧୬ ତାରିଖ ସୁଦ୍ଧା ଅଭିଯୋଗ କରାଯାଇପାରିବ ।୨୧ ତାରିଖ ସୁଦ୍ଧା ଜିଲାପାଳ ଅଭିଯୋଗର ଶୁଣାଣି କରି ସମାଧାନ କରିବେ ।

୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ସେହିପରି କେଉଁ ଜିଲ୍ଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ ପାଇଁ କାହାର କିଛି ଆପତ୍ତି ଥିଲେ ୧୮  ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ । ୨୨ ତାରିଖରେ ଶୁଣାଣି କରି ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ । ୨୯ ତାରିଖରେ ସରକାରଙ୍କ ଅନୁମୋଦନ ପରେ ୩୦ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା । ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ଦିଆଯିବ । ଠିକ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେପଟେ ତନ୍ନ ତନ୍ନ କରି ଦେଖିବୁ । ଯଦି କିଛି ଅଭିଯୋଗ ଥିବ, ଜଣାଇବୁ  ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍  ।

ଏଥିସହିତ ପଢ଼ନ୍ତୁ:ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା: ଜୁଲାଇରୁ ପିଛଲା ଭାବେ ଲାଗୁ ହେବ

Leave a Reply