ସରପଞ୍ଚ ପଦବୀ ପାଇଁ ସମ୍ପର୍କ ମଧ୍ୟରେ ଲଢ଼େଇ: ନିର୍ବାଚନ ମୈଦାନରେ ମୁହାଁମୁହିଁ ନଣଦ-ଭାଉଜ

1 min read

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗ୍ରାମାଞ୍ଚଳରେ ରାଜନୀତି ସରଗରମ ରହିଛି । କ୍ଷମତା ହାସଲ ପାଇଁ ଚାଲିଛି ଜୋରଦାର ଲଢ଼େଇ । ଏଭଳିସ୍ଥିତିରେ କିଛି ପଞ୍ଚାୟତରେ ପଦବୀ ଦଖଲ ନେଇ ସମ୍ପର୍କ ମଧ୍ୟରେ ଦେଖିବାକୁ ମିଳିଛି ଲଢ଼େଇ ।

କ୍ଷମତା ହାସଲ ପାଇଁ ନଣଦ-ଭାଉଜ ମୁହାଁମୁହିଁ ।  ବନ୍ତ ବ୍ଲକର ଓଡ଼ଙ୍ଗ ପଞ୍ଚାୟତ ସରପଞ୍ଚ ପଦବୀ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟେ । କିଏ ବିଜୟୀ ହେବେ ସେ ଲାଗି ଚାଲିଛି କଡ଼ା ପ୍ରତିଯୋଗିତା । ବୋହୂର ବିଜୟ ଲାଗି ଅଣ୍ଟା ଭିଡ଼ିଛନ୍ତି ପୂର୍ବତନ ବିଧାୟକ ତଥା ଶ୍ୱଶୁର ଓ ସ୍ୱାମୀ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । ଅନ୍ୟପଟେ ଝିଅ ମଧ୍ୟ ବିଜୟ ପାଇଁ ନିଜର ବାପା ତଥା ପୂର୍ବତନ ବିଧାୟକଙ୍କର ଆଶୀର୍ବାଦ ମାଗିଛନ୍ତି । ତେବେ ନଣଦ-ଭାଉଜଙ୍କ ଲଢେଇ ମଧ୍ୟରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି. ।ନଣଦ-ଭାଉଜଙ୍କ ମଧ୍ୟରେ ଏଭଳି ଲଢେଇ ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତରେ  ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଯୋଗ୍ୟ ଯେ, ବନ୍ତ ବ୍ଲକର ଓଡ଼ଙ୍ଗ ପଞ୍ଚାୟତ ୧୫ଟି ୱାର୍ଡକୁ ନେଇ ଗଠିତ ହୋଇଛି । ଉକ୍ତ ପଞ୍ଚାୟତର ମୋଟ ୬ ହଜାର ୧୩ଜଣ ଭୋଟର ଚଳିତ ଥର ପଞ୍ଚାୟତ ନିର୍ବାଚନରେ  ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦୀର୍ଘ ୨୫ ବର୍ଷ ଧରି ପଞ୍ଚାୟତଟି କଂଗ୍ରେସ ସମର୍ଥିତ ପ୍ରାର୍ଥୀମାନଙ୍କର  ବିଜୟର ଗଡ଼ ଭାବେ ରହିଥିଲା । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ସମର୍ଥିତ ପ୍ରାର୍ଥୀ କଂଗ୍ରେସର ବିଜୟ ଧାରାକୁ ଭାଙ୍ଗିଥିଲା । ଉକ୍ତ ପଞ୍ଚାୟତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ ଓ ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ଗ୍ରାମ ଅଟେ । ପ୍ରତ୍ୟେକ ଥର ପଞ୍ଚାୟତ ନିର୍ବାଚନ ଉକ୍ତ ପଞ୍ଚାୟତରେ ଉଭୟ ପ୍ରତିଦ୍ୱନ୍ଦ୍ୱିଙ୍କ ମଧ୍ୟରେ କାଣ୍ଟେ କି ଟକ୍କର ଲଢେଇ ହୋଇଥାଏ ।

ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମସ୍ତ ଦଳରୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ମୁଖ୍ୟତ ନଣଦ – ଭାଉଜ ଉଭୟ ପଞ୍ଚାୟତରେ ନିଜ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି । ନଣଦ ମୀନତି ମଣ୍ଡଳ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଖୋଲା ବହି ଚି଼ହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ, ଭାଉଜ ଲିଲି ଗୋଛାୟତ କଂଗ୍ରେସ ସମର୍ଥିତ ଛତା ଚି଼ହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ତୁଙ୍ଗ ନେତା ପଞ୍ଚାନନ ମଣ୍ଡଳଙ୍କ ବୋହୂ ହେଲେ ଲିଲି ଗୋଛାୟତ । ସେହିପରି ମୀନତି ମଣ୍ଡଳ ପୂର୍ବତନ ବିଧାୟକଙ୍କ ଝିଅ ଅଟନ୍ତି । ଝିଅ ମୀନତି ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ, ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

ବୋହୂ ଲିଲି ଗୋଛାୟତଙ୍କ ଶ୍ୱଶୁର ଓ ଝିଅ ମୀନତି ମଣ୍ଡଳଙ୍କ ବାପା ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ୧୯୮୪-୮୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ଏମିତିକି ଜିଲ୍ଲା ପରିଷଦ ସଭାପତି ମଧ୍ୟ ରହିଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ବୋହୂର ବିଜୟ ସପକ୍ଷରେ ପୂର୍ବତନ ବିଧାୟକ ଥିବା କହିଛନ୍ତି । । ଅନ୍ୟପଟେ ଝିଅ ମୀନତି ମଣ୍ଡଳ ବିଜୟ ପାଇଁ ବାପାଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି । ନିର୍ବାଚନ ରଣାଙ୍ଗନରେ ନଣଦ-ଭାଉଜ ମୁହାଁମୁହିଁ ହୋଇଥିଲେ ମଧ୍ୟ ଯିଏ ଜିତୁ କି ହାରୁ, ଆମେ ନଣଦ-ଭାଉଜଙ୍କ  ସମ୍ପର୍କ ସେହିଭଳି ରହିଥିବା କଥା କହିଛନ୍ତି ଉଭୟ ପ୍ରାର୍ଥୀ ।

Leave a Reply