ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ-୨୦୨୧ରେ ଶୀର୍ଷରେ ଓଡ଼ିଶା, ମିଳିଲା ୨୩ ସ୍ୱର୍ଣ୍ଣ

1 min read
Odisha On Top In The National Tally With 23 Golds At India Skills 2021

ଭୁବନେଶ୍ୱର: ଇଣ୍ଡିଆ ସ୍କିଲ୍ସ-୨୦୨୧ରେ ଓଡ଼ିଶାକୁ ସଫଳତା । ପାଟଣାରେ ଆୟୋଜିତ ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶା ୨୩ଟି ସ୍ୱର୍ଣ୍ଣ ପଦକ ପାଇଛି । ୩୯ଟି କୌଶଳରେ ୮୫ ଜଣ ଓଡ଼ିଆ ଭାଗ ନେଇଥିଲେ । ସଫଳତାର ସହ ଜାତୀୟ ସ୍ତରରେ ସ୍ଥାନ ପାଇଛନ୍ତି ।

ପୂର୍ବାଞ୍ଚଳ ପାଇଁ ହୋଇଥିବା ପ୍ରତିଯୋଗିତାରେ ସର୍ବାଧିକ ପଦକ ପାଇଛି ଓଡ଼ିଶା । ୨୧ଟି କୌଶଳରେ ୨୩ଟି ସ୍ୱର୍ଣ୍ଣ ପଦକ, ୧୯ଟି କୌଶଳରେ ୨୦ଟି ରୌପ୍ୟ ପଦକ ମିଳିଛି । ଏହି ସଫଳତା ପାଇଁ ପ୍ରତିଯୋଗୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅକ୍ଟୋବର ୨୦ରୁ ୨୩ ମଧ୍ୟରେ ପାଟଣାରେ ଅନୁଷ୍ଠିତ ପ୍ରତିଯୋଗିତାରେ ୮ଟି ରାଜ୍ୟର ୨୪୦ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ବିଜୟ ଲାଭ କରିଥିବା ପ୍ରତିଯୋଗୀ ୨୦୨୧ ଡିସେମ୍ବରରେ ହେବାକୁ ଥିବା ଇଣ୍ଡିଆ ସ୍କିଲ୍ ନ୍ୟାସନାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଗୋଲ୍ଡ ମେଡାଲ ପାଇଥିବା ପ୍ରତିଯୋଗୀଙ୍କୁ ୨୧ ହଜାର ସହ ପଦକ ଏବଂ ରୌପ୍ୟ ପାଇଥିବା ପ୍ରତିଯୋଗୀଙ୍କୁ ୧୧ ହଜାର ଟଙ୍କା ପଦକ ଦିଆଯାଇଛି । ଏଥିରେ ଆଣ୍ଡାମାନ ଓ ନିକୋବର, ଆସାମ, ବିହାର, ଝାଡ଼ଖଣ୍ଡ, ମିଜୋରାମ, ଓଡ଼ିଶା, ତ୍ରିପୁରା ଓ ପଶ୍ଚିମବଙ୍ଗର ପ୍ରତିଯୋଗୀ ଭାଗ ନେଇଥିଲେ ।

Leave a Reply