୧୨ ରୁ ୧୯ ଓଜେଇଇ, ୩ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ଓଜେଇ ୨୦୨୦ ଚଳିତ ମାସ ୧୨ ରୁ ୧୯ ତାରିଖ ମଧ୍ୟରେ କରାଯିବ । ଚଳିତବର୍ଷ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ରହିଛନ୍ତି । ୭୯ ହଜାର ୮୦୦ ଜଣ ଛାତ୍ରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମଲ୍ଟିପୁଲ ସିଟିଂରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ବି.ଟେକ୍‌ ଲ୍ୟାଟେରାଲ ଏଣ୍ଟ୍ରି ପାଇଁ ୬ଟି ସିଟିଂ କରାଯାଇଥିବା ବେଳେ । ବି.ଫାର୍ମ ପାଇଁ ୪ଟି, ଏମ୍‌ବିଏ-ବିଟେକ୍‌ ପାଇଁ ୩ଟି ଲେଖାଏଁ ସିଟିଂ କରାଯାଇଛି । ସେହିପରି ଏମ୍‌ସିଏ ପାଇଁ ୨ଟି ଓ ଅନ୍ୟାନ୍ୟ କୋର୍ସ ପାଇଁ ଗୋଟେ ଲେଖାଏଁ ସିଟିଂ ଲାଗି ବ୍ୟବସ୍ଥା କରାଯାଇଛି । ଆର୍ଡମିଟ୍‌ କାର୍ଡର ଲିଙ୍କ୍ ୫ ତାରିଖରେ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ୫ ତାରିଖ ପରେ ପରୀକ୍ଷାର୍ଥୀ ମାନେ www.ojee.nic.in ରେ ଲଗ୍‌ଇନ୍‌ କରି ନିଜର ଆର୍ଡମିଟ୍‌ କାର୍ଡ ଡାଉନଲୋଡ଼ କରିପାରିବେ ।

OJEE-2020

ତେବେ ତିନୋଟି ସିଫ୍ଟ ମଧ୍ୟରୁ ପ୍ରଥମ ସିଫ୍ଟ୍‌ ସକାଳ ୯ଟା ରୁ ୧୧ଟା । ଦ୍ୱିତୀୟ ସିଫ୍ଟ ୧୨.୩୦ ରୁ ୨.୩୦ ଓ ତୃତୀୟ ସିଫ୍ଟ ୪ ରୁ ୬ ବୋଲି ସ୍ଥିର କରାଯାଇଛି ।

Leave a Reply