କରୋନା ଟେଷ୍ଟିଂରେ ଶୀର୍ଷରେ ଓଡିଶା, ଦୈନିକ ୫୦ ହଜାର ପରୀକ୍ଷଣର ମାଇଲଖୁଣ୍ଟ ଅତିକ୍ରମ କଲା ରାଜ୍ୟ

ଭୁବନେଶ୍ୱର: କରୋନା ଟେଷ୍ଟିଂରେ ଦେଶରେ ଓଡ଼ିଶା ୧ ନମ୍ବର । ବର୍ତ୍ତମାନ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ ଟେଷ୍ଟିଂ ହେଉଛି । ୧୬ ତାରିଖରେ ୫୦ ହଜାର ୪୨୧ଟି ଟେଷ୍ଟ କରି ରାଜ୍ୟ ଦେଶରେ ୪ ନମ୍ବରରେ ଥିଲା । ତେବେ ୧ ନିୟୁତ ଜନସଂଖ୍ୟା ମଧ୍ୟରୁ ୧ ହଜାର ୯୬ଟି ପରୀକ୍ଷଣ କରି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ରହିଛି । ଅନ୍ୟପଟେ ପ୍ରତି ନିୟୁତ ଜନସଂଖ୍ୟାରେ ଜାତୀୟ ଟେଷ୍ଟିଂ ହାର ୫୪୨ ରହିଛି । ଜାତୀୟ ହାର ଅପେକ୍ଷା ରାଜ୍ୟରେ ୨ ଗୁଣା ଅଧିକ ପରୀକ୍ଷା ହେଉଛି । ଆନ୍ଧ୍ର, ତାମିଲନାଡୁ, ଗୁଜରାଟ ଓ କେରଳଠାରୁ ଓଡ଼ିଶା ଆଗରେ ରହିଛି । ତେବେ ଆଗାମୀ ସପ୍ତାହଗୁଡ଼ିକରେ ପର୍ଯ୍ୟାୟକ୍ରମେ ଟେଷ୍ଟିଂ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ତେବେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ଅଧିକ ଟେଷ୍ଟିଂ ହେଉଛି ହେଲେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ତେଣୁ  ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନା ସ୍ଥିତି ବେଶ ଭଲ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବା ଏକ ଆଶ୍ୱସ୍ତିକର ଖବର ବୋଲି ଆଇଏଲ୍‌ଏସ୍‌ ନର୍ଦ୍ଦେଶକ କହିଛନ୍ତି । ସେପ୍ଟେମ୍ବର ମାସରେ କରୋନା ପିକ୍‌କୁ ଯାଇ କମିବ । ରାଜ୍ୟ ସରକାର ଦିନକୁ ୫୦ ହଜାରରୁ ଅଧିକ ଟେଷ୍ଟିଂ କରୁଛନ୍ତି ଓ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଏହାସହ ଟେଷ୍ଟିଂ ଅନୁପାତରେ ସଂକ୍ରମଣ କମ ଓ ମୃତ୍ୟୁସଂଖ୍ୟା ବି ବହୁତ କମ ଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ସେହିପରି ଟେଷ୍ଟିଂ ବଢିଲେ ପଜିଟିଭ ବଢିବ ଓ ସେପ୍ଟେମ୍ବର ମାସରେ କରୋନା ପିକ୍‌କୁ ଯାଇ କମିପାରେ ବୋଲି ପୂର୍ବାନୁମାନ କରିଛନ୍ତି ସେ ।

Leave a Reply