କୋଭିଡ୍‌ ମୁକ୍ତ ହେବା ପରେ ପ୍ରାଣାୟମ ପ୍ରତି ଦିଅନ୍ତୁ ଗୁରୁତ୍ୱ…

1 min read

ଭୁବନେଶ୍ୱର: କୋଭିଡ୍‌ରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଯୋଗ କରିବା ଅତ୍ୟନ୍ତ ଲାଭଦାୟକ । ଯୋଗ ତଥା ପ୍ରାଣାୟମ ଓ ଅନୁଲମ ବିଲମ କରିବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଆସିନଥାଏ । ଶରୀରରେ ଥିବା ନର୍ଭ୍‌ସ୍‌ ସିଷ୍ଟମ୍‌ ଭଲ ଭାବେ କାମ କରେ । ଫୁସ୍‌ଫୁସ୍‌, ଶ୍ୱାସନଳି, ସାଇନୋସେସ୍‌ ଓ ପୁରା ଅରଗାନ୍‌ ସିଷ୍ଟମ୍‌ ଆକ୍ଟିଭ୍‌ ରହିଥାଏ । ତେଣୁ କୋଭିଡ୍‌ରୁ ମୁକ୍ତ ହେବା ପରେ ଏହି ବ୍ୟାୟାମ ବା ଯୋଗ କରିବା ନିତ୍ୟାନ୍ତ ଜରୁରୀ ।

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ କିଛି ଲୋକଙ୍କ ମୁଣ୍ଡ ବିନ୍ଧା, ଛାତିରେ ଯନ୍ତ୍ରଣା, ନାକ ବନ୍ଦ, ଧଇଁସଇଁ ହେବା ଆଦି ଲକ୍ଷଣ ଦେଖାଯାଇଥାଏ । ତେବେ ଏଥିପାଇଁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଘରେ ପୁଷ୍ଟିସାର-ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇ ବିଶ୍ରାମ କରନ୍ତୁ, ତାହା ଭଲ ହୋଇଯିବ । ଏଭଳି ହେବାର କାରଣ ହେଲା, ଏହି କରୋନା ଭୂତାଣୁ ଶ୍ୱାସନଳିକୁ ଆକ୍ରାନ୍ତ କରିଥାଏ । ନାକ, ଗଳା ଓ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ । ବ୍ୟାୟାମ, ଯୋଗ ଆଦି କରିବା ଦ୍ୱାରା ଏହା ଧିରେ ଧିରେ ଏହା ଭଲ ହୋଇଯିବ ।

https://www.facebook.com/NandighoshaTV/videos/1606106726236264/

ବାମ୍ଫ ନେବା ଲାଭଜନକ

କରୋନାରୁ ସୁସ୍ଥ ହେବା ପରେ ସନ୍ତରଣ କରନ୍ତୁ ନାହିଁ । ଯଦି ପାଣି ସାମାନ୍ୟ ଉଷୁମ ଅଛି ଏବଂ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ତେବେ ସନ୍ତରଣ କରନ୍ତୁ । ନଚେତ୍‌ ଅତ୍ୟଧିକ ଥଣ୍ଡା ପାଣିରେ ସନ୍ତରଣ କରିବା ଦ୍ୱାରା ନିମୋନିଆ ହେବାର ସମ୍ଭାବନା ରହିଛି । ସେହିଭଳି କୋଭିଡ୍‌ ସମୟରେ ଘରୋଇ ଉପଚାର ମଧ୍ୟରେ ଉଷୁମ୍‌ ବାମ୍ଫ ନେବା ଏକ ଉପକାରୀ ଉପଚାର । ଯାହା ଦ୍ୱାରା ଶ୍ୱାସନଳି ସଫା ରହିଥାଏ । ଯଦି ଶ୍ୱାସନଳି ସଂକ୍ରମିତ ହୋଇଥାଏ ତେବେ ସେଥିରେ ଭୂତାଣୁ ବୃଦ୍ଧିକୁ ଏହା କିଛି ମାତ୍ରାରେ ରୋକିଥାଏ ।

Leave a Reply