ଶତାଧିକ ଲୋକଙ୍କ ପାଇଁ ରନ୍ଧା ହୋଇଥିଲା ଖାଦ୍ୟ, ସବୁ ବୋହିନେଲା ପୋଲିସ

1 min read
Odisha News: Police Stopped A Marriage Party At Pipili

ପିପିଲି: ପୋଲିସ ବୋହିନେଲା ବାହାଘର ଭୋଜି । ଯାହା ରନ୍ଧାହୋଇଥିଲା ସବୁ ଟେକି ନେଲା । ସାରା ଦେଶ ସମେତ ରାଜ୍ୟରେ ମଧ୍ୟ କରୋନା କଟକଣା ଲାଗୁ କରାଯାଇଛି । କେଉଁଠି ବି ଅଯଥା ଗହଳି ନ କରିବାକୁ ଚେତାବନୀ ଦିଆଯାଇଛି । ଖାଲି ସେତିକି ନୁହେଁ ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଠିଆ ହୋଇପାରିବେ ନାହିଁ କିମ୍ବା କଥା ବାର୍ତ୍ତା ବି ହୋଇପାରିବେ ନାହିଁ । ସେହିଭଳି ବିବାହ ବ୍ରତ ସମୟରେ କିମ୍ବା କୌଣସି ଭୋଜି ଭାତ ସମୟରେ ୫୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିୟମ ରହିଛି ।

PIPILI Voji Seized

ତେବେ ଯେଉଁ ସ୍ଥାନରେ ୫୦ରୁ ଅଧିକ ଲୋକ ଏକାଠି ହେବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ଜନଗହଳି ହେଲେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଏଭଳି ନିୟମକୁ କଡ଼ା କଡ଼ି ଭାବେ ପାଳନ କରାଯାଉଛି । ତେବେ ଏହି ନିୟମକୁ ଅମାନ୍ୟ କରି କିଛି ସ୍ଥାନରେ ଭୋଜି ଭାତର ଆୟୋଜନ କରାଯାଉଛି । ଏମିତିକି ୫୦ରୁ ଅଧିକ ଲୋକ ମଧ୍ୟ ଏକାଠି ହେଉଛନ୍ତି । ଏହି ଖବର ପ୍ରଶାସନ କାନରେ ପଡ଼ିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

PIPILI Voji Seized

ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ । ପିପିଲି ପାତ୍ରସାହିରେ ଏକ ବାହାଘର ଭୋଜି ଆୟୋଜନ କରାଯାଇଥିଲା । ୫୦ରୁ ଅଧିକ ଲୋକଙ୍କ ପାଇଁ ଏହି ଆୟୋଜନ କରାଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଭୋଜି ବନ୍ଦ କରିବା ସହ ସବୁ ରନ୍ଧା ଖାଦ୍ୟକୁ ସିଜ୍‌ କରିଛି । ପ୍ରଶାସନ କେବଳ ୫୦ ଜଣଙ୍କ ପାଇଁ ଭୋଜି ଆୟୋଜନ କରିବାକୁ ଅନୁମତି ଦେଇଥିଲା ।

PIPILI Voji Seized

ହେଲେ ସେମାନେ ନିୟମ ଭାଙ୍ଗିଥିଲେ । ତେଣୁ ସବୁ ରନ୍ଧା ଖାଦ୍ୟ ସିଜ୍‌ କରିବା ସହ ସେଠାରେ ଏକତ୍ର ହୋଇଥିବା ସବୁ ଲୋକଙ୍କୁ ଘଉଡ଼ାଇଥିଲା ପୋଲିସ । ଆଉ ଗହଳି ନକରିବା ପାଇଁ ଚେତାବନୀ ଦେଇଥିଲା । ଏହି ଚଢ଼ାଉରେ ପିପିଲି ତହସିଲଦାର ଓ ଥାନା ଆଇଆଇସି ସାମିଲ ଥିଲେ ।

https://www.facebook.com/NandighoshaTV/videos/277192340255967/

Leave a Reply