ମଦ ଯୋଗାଣ ପାଇଁ ଆଡ୍‌ଭାଇଜାରୀ, ଅନ୍‌ଲାଇନ୍‌ ଠକଙ୍କଠାରୁ ସାବଧାନ ରହିବାକୁ ପରାମର୍ଶ…

ଭୁବନେଶ୍ୱର: ରଜ୍ୟରେ ଏବେ ମଦ ପାଇଁ ଚାଲିଛି ଜୋରଦାର ଚର୍ଚ୍ଚା । ରାଜନୀତି ମହଲରେ ମଧ୍ୟ ଏହି ମଦକୁ ନେଇ ଢ଼େର ଆଲୋଚନା । ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦେବା ପରେ ଦେଖାଦେଇଛି ଅନେକ ବାଦ ବିବାଦ । କେଉଁଠି ଅନ୍‌ଲାଇନ୍‌ରେ ଠକେଇ ହେଉଛି ତ କେଉଁଠି ସ୍ୱୀକୃତିପ୍ରପ୍ତ ସ୍ୱିଗୀ ଜୋମାଟୋ ଡେଲିଭରୀ ବୟଙ୍କୁ ଅର୍ଡର ମିଳିବା ପରେ କ୍ୟାନ୍‌ସଲ ହୋଇଯାଉଛି । ତେବେ ଏହାରି ମଧ୍ୟ ଅନେକ ମଦ ଦୋକନରେ ମଦ ନଥିବା କଥା ମଧ୍ୟ ଉଠିଛି । ତେବେ ଦୋକାନ ଗୁଡ଼ିକୁ ମଦ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଆଡ୍‌ଭାଇଜାରୀ ଜାରି କରାଯାଇଛି ।

ଅନ୍‌ଲାଇନ୍‌ରେ ମଦ ଯ଼ୋଗାଇବା ପାଇଁ ଜୋମାଟୋ ଓ ସ୍ୱିଗୀକୁ ଅନୁମତି ଦେଇଛି ଅବକାରୀ ବିଭାଗ । ତେବେ ଆବଶ୍ୟକତା ମେଣ୍ଟାଇବାରେ ଏହି ଦୁଇ ସଂସ୍ଥା ବିଫଳ ହୋଇଛନ୍ତି । ଫଳରେ ଏହାର ଫାଇଦା ନେଇ ସକ୍ରିୟ ହୋଇଛନ୍ତି ଅନଲାଇନ୍‌ ଠକ । ବିଭିନ୍ନ ଫେକ୍‌ ଓ୍ୱେବ୍‌ ସାଇଟ୍‌ ଏବଂ ଆଇଡି ଖୋଲି ଗ୍ରାହକଙ୍କୁ ମଦ ଦେବା ବାହାନାରେ ଲୁଟ୍‌ କରୁଛନ୍ତି ।

ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ମଦ ଦୋକାନୀଙ୍କୁ ସେମାନଙ୍କ ଦୋକାନ ଆଗରେ ବଡ଼ ବଡ଼ ଅକ୍ଷରରେ ଫୋନ୍‌ ନମ୍ବର ଦେବାକୁ କୁହାଯାଇଛି । ଏହାସହ ଗ୍ରାହକଙ୍କଠାରୁ ସିଧାସଳଖ ଅର୍ଡର ନେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛି ଅବକାରୀ ବିଭାଗ । ଯ଼ଦି କୌଣସି ଅଣ ସ୍ୱୀକୃତି ପ୍ରାପ୍ତ ସଂସ୍ଥା ମଦ ଯୋଗାଉଥିବା ନଜରକୁ ଆସେ କିମ୍ବା ପ୍ରଲୋଭିତ କରିବାକୁ ଚେଷ୍ଟା କରେ ତେବେ ଏଫ୍‌ଆଇଆର୍‌ ଦେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply