ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍‌ ଟପ୍ପର

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍ ଟପ୍ପର । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନିଟ୍ ଟପ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଆଜି ନବୀନ ନିବାସ ଯାଇ ଏହି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସ୍ବୟଂଶକ୍ତି ତ୍ରିପାଠୀ ଓଡ଼ିଶାରୁ ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି । ସେହିପରି ସୂର୍ଯ୍ୟପ୍ରତାପ ମିଶ୍ର ଓଡ଼ିଶାରୁ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ, ସର୍ବଭାରତୀୟ ସ୍ତରରେ ୩୫ତମ ରାଙ୍କରେ ହାସଲ କରିଛନ୍ତି । ଏହାସହ ଅଭିପସା ଚୌଧୁରୀ ଓଡ଼ିଶାରୁ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ, ସର୍ବଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରିଛନ୍ତି । ୧୩ ତାରିଖ ଦିନ ପ୍ରକାଶ ପାଇଥିଲା ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ରେଜଲ୍ଟ ।