ଖରାରେ ଝାଉଁଳିନି ଭୋଟ, ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ସହରରେ ଚାଲିଛି ନେତା ବଛା । ସୂର୍ଯ୍ୟଙ୍କ ଟାଣ ଖରାରେ ମଧ୍ୟ ଝାଉଁଳି ନାହିଁ ଭୋଟ ପ୍ରତିଶତ  । ବିଜ୍ଞାପିତ ଅଞ୍ଚଳ ପରିଷଦ , ପୌର ପରିଷଦ ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ଚାଲିଛି ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଦିନ ୩ଟା ସୁଦ୍ଧା ରାଜ୍ୟରୋ ୪୫ ପ୍ରତିଶତ ଭୋଟିଂ ହୋଇଛି  । ସହରରେ ସଂଧ୍ୟା ୫ଟା ଯାଏଁ ଜାରି ରହିବ ମତଦାନ ପକ୍ରିୟା  ।

ରାଜ୍ୟର ୫୯ଟି ଏନ୍ଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଚାଲିଛି ଭୋଟ । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି  । ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ସହିତ ପ୍ରତି ବୁଥରେ ରହିଛି ଦୁଇଟି ଇଭିଏମ୍ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି ।

ସେପଟେ ରାଜ୍ୟରେ ଚାଲିଥିବା ବିଭିନ୍ନ ପୌରାଞ୍ଚଳର ଭୋଟ ପ୍ରତିଶତ ମଧ୍ୟ ପ୍ରକାଶ ପାଇଛି  । ଦିନ ୨ଟା ସୁଦ୍ଧା ଯାଜଗପୁରରେ ୬୦.୭୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି  । ବ୍ୟାସନଗର ପୌରାଞ୍ଚଳରେ ମଧ୍ୟ ୫୪.୯୬ ପ୍ରତିଶତ ଭୋଟିଂ ହୋଇଥି୍ବାବେଳେ ବଲାଙ୍ଗୀରରେ ୫୦.୧୩, ଟିଟିଲାଗଡ଼ରେ ୪୬.୮୨ ପ୍ରତିଶତ, ପାଟଣାଗଡ଼ରେ ୫୨.୦୫ ପ୍ରତିଶତ, ତୁସୁରାରେ ୬୫ ପ୍ରତିଶତ ଭୋଟିଂ ହୋଇଛି  । ସେହପରି ଝାରସୁଗୁଡ଼ା ପୌରାଞ୍ଚଳରେ ୪୯.୧୬ ପ୍ରତିଶତ, ବେଲପାହାଡ଼ରେ ୫୨.୫୫ ପ୍ରତିଶତ, ବ୍ରଜରାଜନଗରରେ ୪୮. ୧୯ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ହସ୍ତଗତ ହୋଇଛି  ।