୪୪୭୫ ବୁଥରେ ୪୨ ଲକ୍ଷ ଭୋଟର କରିବେ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା

1 min read

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ତାତି ବଢ଼ିବାରେ ଲାଗିଛି । ଆଜି ନାମାଙ୍କନପତ୍ର ଦାଖଲ ଶେଷ ଦିନ ହୋଇଥିବାରୁ ତିନି ପ୍ରମୁଖ ରାଜେନୖତିକ ଦଳଙ୍କ ପ୍ରାର୍ଥୀଙ୍କ ସମେତ ଅନ୍ୟମାନେ କରୁଛନ୍ତି ପ୍ରାର୍ଥିପତ୍ର ଦାଖଲ । ଏହାରି ମଧ୍ୟରେ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରତିକ୍ରିୟା ଆସିଛି । ଏଥିରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ସେ ସବିଶେଷ ତଥ୍ୟ ଦେଇଚନ୍ତି ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ରାଜ୍ୟର ୧୮୯୯ଟି ଓ୍ବାର୍ଡରେ ହେବ ନିର୍ବାଚନ । ଏଥିପାଇଁ ୪୪୭୫ଟି ବୁଥ କରାଯାଇଛି । ମୋଟ ୪୨ ଲକ୍ଷ୍ୟ ସହରୀ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ।

ଆଜି ୩ଟାରେ ନାମାଙ୍କନ ଦାଖଲ ଶେଷ ହେଉଛି । ୯ ମାର୍ଚ୍ଚରେ ଯାଞ୍ଚ,  ୧୪ ମାର୍ଚ୍ଚ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ନିର୍ବାଚନ  EVMରେ କରାଯିବ । ପ୍ରତି ବୁଥରେ ଦୁଇଟି EVM ରହିବ । ଗୋଟିଏ କାଉନସିଲର/କର୍ପୋରେଟରଙ୍କ ପାଇଁ ଅନ୍ୟଟି ମେୟର/ପୌରାଧ୍ୟକ୍ଷଙ୍କ ପାଇଁ ।

ଇଭିଏମ ରହିବା ପାଇଁ ୩ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ଏହା ସିସିଟିଭି ସର୍ଭିଲାନ୍ସରେ ରହିବ ।ପ୍ରତି ବୁଥରେ ଜଣେ ପ୍ରିଜାଇଡିଙ୍ଗ ଅଫିସର, ଆଉ ୪ ଜଣ ପୁଲିଙ୍ଗ ଅଫିସର ରହିବେ ।

ଚଳିତ ନିର୍ବାଚନରେ କୋଭିଡ ସଂକ୍ରାନ୍ତିୟ କୌଣସି କଟକଣା ରହିବ ନାହିଁ । ପରେ ସ୍ଥିତି ଦେଖି ନିୟମ ପରିବର୍ତ୍ତନ ହୋଇପାରେ ।