ସାରା ରାଜ୍ୟରେ ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ, ଆନ୍ଦୋଳନରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପରଙ୍କ ସମେତ ସବୁ କର୍ମଚାରୀ ସାମିଲ

ଭୁବନେଶ୍ୱର: ଆନ୍ଦୋଳନରେ ବସ୍‌ କର୍ମଚାରୀ । ସାରା ରାଜ୍ୟରେ ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ ଆରମ୍ଭ ହୋଇଛି । ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ସମେତ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି । କରୋନା ଲକ୍‌ଡାଉନ ସମୟରେ ଆମେ ଆମର ରୋଜଗାର ହରାଉଛୁ । ସେଥିପାଇଁ ଆମକୁ ୩ ମାସର କ୍ଷତିପୂରଣ ଦିଆଯାଉ । କରୋନା ସମୟରେ ଆମେ ବସ୍‌ ଚଲାଇଲେ କରୋନା ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି  ।

ଯଦି ଆମର କିଛି ହୋଇଯାଏ ତେବେ ଆମ ପରିବାର କେମିତି ଚଳିବ । ସେଥିପାଇଁ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି  ଓ ଶ୍ରମ ବିଭାଗ ଦ୍ଵାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଖାଲି ସେତିକି ନୁହେଁ  ଏହାସହ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଓ କୋଟିଏ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା ପାଇଁ ଦାବି ହୋଇଛି ।

ଲକଡାଉନ ପରେ ରାଜ୍ୟରେ ବସ୍‌, ଟ୍ରକ୍‌, ଡମ୍ଫର, ଟ୍ୟାଙ୍କର, ଟାକ୍ସି ଓ ଅଟୋ ଚାଳକମାନଙ୍କ ସ୍ଥିତି ଦୟନୀୟ ହୋଇଛି । ଦୁଇମାସ ଧରି ସେମାନେ ବସି ରହିଥିଲେ ସୁଦ୍ଧା ସେମାନଙ୍କ ପାଇଁ କୈାଣସି ସହାୟତା ଘୋଷଣା କରାଯାଇନଥିବାରୁ ପ୍ରତିବାଦରେ ଧର୍ମଘଟ କରାଯାଇଛି । ସରକାର ଦାବି ପୂରଣ କରିବା ପରେ ବସ୍‌ ଗଡିବ ବୋଲି ୟୁନିଅନ ଦାବି କରିଛି ।

Leave a Reply