‘ଓଡ଼ିଶା-ମୋ ପରିବାର’ ପାଇଁ ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

1 min read

ଭୁବନେଶ୍ୱର: ଦେବଦୂତ ସାଜିଲା  ‘ଓଡ଼ିଶା-ମୋ ପରିବାର’, ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ ।  ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଅଞ୍ଚଳର ୫୭ ବର୍ଷ ବୟସ୍କ ଗରିବ ଦିନ ମଜୁରିଆ ପ୍ରଫୁଲ୍ଲ ମଲ୍ଲିକଙ୍କ ଚିକିତ୍ସା ପାଇଁ ଟଙ୍କାଟିଏ ନଥିଲା । ତେବେ ‘ଓଡ଼ିଶା-ମୋ ପରିବାର’ର ସହଯୋଗରେ ଉନ୍ନତମାନର ଚିକିତ୍ସା ପାଇ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି । ‘ଓଡ଼ିଶା-ମୋ ପରିବାର’ର ସହଯୋଗ ପାଇଁ ଅଞ୍ଚଳବାସୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ପ୍ରଫୁଲ୍ଲ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ହୋଇଥିଲେ  ।

ଗତ ନଭେମ୍ବର ୨୭ ତାରିଖରେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ପରୀକ୍ଷାରୁ ତାଙ୍କର ହାର୍ଟ, କିଡ୍‌ନୀ ଏବଂ ଲଙ୍ଗସ୍ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡିକାଲ୍ ପଠାଇ ଦେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସସିବି ଡାକ୍ତରମାନେ ମଧ୍ୟ ତାଙ୍କୁ ଫେରାଇ ଦେଇଥିଲେ । ତେବେ କିମ୍‌ସ ଡାକ୍ତରମାନେ ତାଙ୍କୁ ତ୍ୱରିତ ଉନ୍ନତମାନର ଚିକିତ୍ସା ସେବା ଦେଇଥିଲେ  ।

ଅଧିକ ଚିକିତ୍ସା ପାଇଁ ପଇସା ନଥିବାରୁ ଆଗେଇ ଆସିଥିଲା ‘ଓଡ଼ିଶା-ମୋ ପରିବାର’ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ତାଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରଯାଇଥିଲା । ଏହା ମଧ୍ୟରେ ପ୍ରଫୁଲ୍ଲ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply