ମୃତ୍ୟୁ ପରେ ଆସିଲେନି ସଂପର୍କୀୟ, ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ଓଡ଼ିଶା-ମୋ ପରିବାର

1 min read

ଭୁବନେଶ୍ୱର:  ଓଡ଼ିଶା-ମୋ ପରିବାର ଦ୍ୱାରା ଏକ ଅସହାୟ ବୃଦ୍ଧାଙ୍କ ଶବ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଛି । ପ୍ରକାଶଥାଉକି, ପାର୍ବତୀ ଟୁଡ଼ୁ ନାମକ ଏକ 52 ବର୍ଷୀୟା ବୃଦ୍ଧା ଭୁବନେଶ୍ୱର ସାଲିଆ ସାହି ବସ୍ତିରେ ଏକାକୀ ବସବାସ କରୁଥିଲେ । କୌଣସି କାରଣରୁ ଗତ କାଲି 12 ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତଶରୀର ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲେ ମଧ୍ୟ ତାଙ୍କର କୌଣସି ବି ଜଣେ ସଂପର୍କୀୟ ଶବ ସତ୍କାର ପାଇଁ ଆଗକୁ ଆସିନଥିଲେ । ଓଡ଼ିଶା-ମୋ ପରିବାର ସଦସ୍ୟା  ଭାରତୀ ସିଂହ ଏହି ଖବର ଜାଣିବା ପରେ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟକୁ ଜଣାଇଥିଲେ ।

ପରେ ଓଡ଼ିଶା-ମୋ ପରିବାର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ ଏବଂ ପାର୍ବତୀଙ୍କ ଶବକୁ ସତ୍କାର କରିବାପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଏଥିପାଇଁ ବିଏମସି ରେ ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟ କରାଯିବା ସହ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ଶବକୁ ସତ୍କାର ପାଇଁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଓଡ଼ିଶା-ମୋ ପରିବାର ସଦସ୍ୟଙ୍କ ଉପସ୍ଥିତରେ ଶବ ସତ୍କାର କରାଯାଇଥିଲା । ଓଡ଼ିଶା ମୋ ପରିବାରର ଏଭଳି କାର୍ଯ୍ୟକୁ ଯିଏ ଶୁଣୁଛି ସେ ପ୍ରଶଂସା କରୁଛି  ।

Leave a Reply