କର୍କଟ ପୀଡିତ ସରୋଜଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା

ଯାଜପୁର:  ବଡ଼ଚଣା ବ୍ଲକ ନେଳିଆ ପଂଚାୟତ ର ସରୋଜ ବେହେରା ଦୀର୍ଘ ଦିନ ଧରି କର୍କଟ ରୋଗ ରେ ପୀଡିତ ହୋଇ ଚିକିତ୍ସାଧିନ ହେଉଛନ୍ତି  । ଚା ଦୋକାନ କରି ପରିବାର ଚଳାଉଥିଲେ ସରୋଜ  । ହେଲେ କ୍ୟାନ୍ସର ହେବା ପରଠୁ ଚିକିତ୍ସା ପାଇଁ ଅର୍ଥ ନଥିବା ବେଳେ ଦୟନୀୟ ଅବସ୍ଥାରେ ପରିବାର ଲୋକେ ଦିନ କାଟୁଥିଲେ  । ଦୁଇ ଥର ଅପରେସନ ପାଇଁ ଲୋକଙ୍କ ସାହାଯ୍ୟ ଅର୍ଥ ରେ ଚିକିତ୍ସା ହୋଇଥିଲା ହେଲେ ଆଉ ଏକ ଅପରେସନ ପାଇଁ ଡାକ୍ତର କହିଥିବାରୁ , ପରିବାର ଲୋକେ ଅର୍ଥ ନଥିବରୁ ଭାଙ୍ଗି ପଡ଼ିଥିଲେ।

ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ ସେଥପାଇଁ ପରିବାର ଲୋକେ ଚିନ୍ତା ରେ ପଡ଼ିଥିଲେ  । ସେ ରାଜ୍ୟ ସରକାରଙ୍କୁ ଚିକିତ୍ସା ପାଇଁ ଗୁହାରୀ କରିଥିବା ବେଳେ ଓଡିଶା ମୋ ପରିବାର ପକ୍ଷରୁ ସରୋଜ ଙ୍କୁ ସହାୟତା ପାଇଁ ହାତ ବଢ଼ାଇଛନ୍ତି  । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଞ୍ଜୟ ଲେଙ୍କାଙ୍କ ପ୍ରଚେଷ୍ଟା ରେ ଓଡିଶା ମୋ ପରିବାର ପକ୍ଷରୁ ନଗଦ 50000 ଟଙ୍କା ପରିବାର କୁ ପ୍ରଦାନ କରାଯଇଛି  । ଆଗାମୀ ଦିନରେ ମଧ୍ୟ ଚିକିତ୍ସା ରେ ଆବଶ୍ୟକୀୟ ଅର୍ଥ ଦିଆଯିବ ବୋଲି ପ୍ରତିଶୃତି ଦିଆ ଯାଇଛି  । ଓଡିଶା ମୋ ପରିବାର ପକ୍ଷରୁ ସହଯୋଗ ର ହାତ ବଢ଼ାଇ ଥିବା ରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି ପରିବାର ଲୋକେ  ।

Leave a Reply