spot_img

Latest Posts

ଆନ୍ଧ୍ର ବର୍ଷା ବିତ୍ପାତ ଯୋଗୁଁ ଫସି ରହିଥିବା ଆଉ ୮ ଜଣଙ୍କୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପାତ ଯୋଗୁଁ ରାମେଶ୍ୱରମ୍ ଷ୍ଟେସନ୍‌ରେ ଫସି ରହିଥିବା ୧୬ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ଓଡ଼ିଶା-ମୋ ପରିବାର ଦ୍ୱାରା ଉଦ୍ଧାର । ସେମାନଙ୍କ ମଧ୍ୟରୁ ଗତକାଲି ୮ଜଣଙ୍କୁ ବିମାନ ଯୋଗେ ଭୁବନେଶ୍ଵରଙ୍କୁ ଅଣାଯାଇଥିଲା । ଅନ୍ୟ ୮ଜଣ ପାଇଁ ଗତକାଲିଠାରୁ ଚେନ୍ନାଇଠାରେ ରହିବା ଏବଂ ଖାଇବାର ବନ୍ଦୋବସ୍ତ କରାଯାଇଥିଲା । ଚେନ୍ନାଇଠାରେ ଓଡ଼ିଶା-ମୋ ପରିବାର ପ୍ରତିନିଧି କ୍ଷୀରୋଦ ଜେନା ଏବଂ ସଦସ୍ୟ ପଞ୍ଚାନନ ଜେନା ସେମାନଙ୍କର ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ ।

ତେବେ ଆଜି ଓଡ଼ିଶା ମୋ ପରିବାର ଦ୍ୱାରା ଏହି ୮ଜଣଙ୍କୁ ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ୱରକୁ ଅଣାଯାଇଛି। ଆଜି ଅପରାହ୍ନ ୪ଟାରେ ସେମାନେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ସେଠାରେ ଓଡ଼ିଶା ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜୁ ଜନତା ଦଳ ସମ୍ପାଦକ (ଓଡ଼ିଶା ମୋ ପରିବାର) ସୁବାସ ପାତ୍ର, ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ, ସ୍ୱାସ୍ଥ୍ୟ ଉପଦେଷ୍ଟା । ଡଃ ସତ୍ୟଜିତ ଦାଶ, ବିଜୁ ଯୁବ ଜନତା ଦଳ ସମ୍ପାଦିକା ଲକ୍ଷ୍ମୀଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ ଓଡ଼ିଶା-ମୋ ପରିବାର ଦ୍ୱାରା କରାଯାଇଥିଲା ସେମାନଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା ଏବଂ ବୟସ୍କ। ଓଡ଼ିଶା ଫେରିବା ପରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଉରକେଲା ସେଣ୍ଟମେରୀ ସ୍କୁଲର ୫୧ଜଣ ଛାତ୍ରୀଙ୍କୁ କରୋନା: ଚିନ୍ତା ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Latest Posts

Don't Miss