ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ, ରାଜ୍ୟର ବିକାଶଧାରାକୁ ଆଗକୁ ନେବାକୁ ଲୋଡ଼ିଲେ ସହଯୋଗ

ନୂଆଦିଲ୍ଲୀ: ମହାମହିମଙ୍କୁ ଭେଟିଲେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ବିଧାୟକ । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି ବିଧାୟକ । ଏହାସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ, ରୁପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ବରୂପ ଦିଆଯାଇଛି ।

ବାଚସ୍ପତିଙ୍କ ନେତୃତ୍ବରେ ୨୪ ଜଣିଆ ବିଧାୟକ ଦଳ ଦିଲ୍ଲୀ ଯାଇଛନ୍ତି । ଏହି ଟିମରେ ବିଜେଡିର ୧୫, ବିଜେପିର ୬, କଂଗ୍ରେସର ୩ ଓ ସିପିଆଇଏମର ଜଣେ ବିଧାୟକ ସାମିଲ ହୋଇଛନ୍ତି। ପୂର୍ବରୁ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଗୃହରେ ମନ୍ତ୍ରୀ ଭାବେ ମଧ୍ୟ ନିଜର ଦକ୍ଷତା ଦେଖାଇ ସାରିଛନ୍ତି ଦ୍ରୌପଦୀ ମୁର୍ମୁ ।