ଆଜି ମହାମହିମଙ୍କୁ ଭେଟିବେ ଓଡ଼ିଶା MLA, ରାଇସିନା ହିଲ୍ସରେ ଦ୍ରୌପଦୀ ମୁର୍ମୁଙ୍କୁ ଜଣାଇବେ ଅଭିନନ୍ଦନ

ନୂଆଦିଲ୍ଲୀ: ଆଜି ମହାମହିମଙ୍କୁ ଭେଟିବେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇବେ ଓଡ଼ିଶା ବିଧାୟକ । ଆଜି ଦିନ ସାଢ଼େ ୧୧ଟାରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିବେ । ଏହାସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଜଗନ୍ନାଥଙ୍କ ମହାପ୍ରସାଦ, ରୂପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ୱରୂପ ଦିଆଯିବ ।

ବାଚସ୍ପତିଙ୍କ ନେତୃତ୍ୱରେ ୨୪ ଜଣିଆ ବିଧାୟକ ଦିଲ୍ଲୀ ଯାଇଛନ୍ତି । ଏହି ଟିମରେ ବିଜେଡିର ୧୫, ବିଜେପିର ୬, କଂଗ୍ରେସର ୩ ଓ ସିପିଆଇଏମର ଜଣେ ବିଧାୟକ ସାମିଲ ହୋଇଛନ୍ତି । ପୂର୍ବରୁ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଗୃହରେ ମନ୍ତ୍ରୀ ଭାବେ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି । କିଛି ସମୟ ପାଇଁ ଦ୍ରୌପଦୀଙ୍କୁ ଭେଟି ବିଧାୟକମାନେ ଏହିସବୁ ସ୍ମୃତିକୁ ପୁଣି ଥରେ ସାଉଣ୍ଟିବେ ।