ଫେବ୍ରୁଆରୀ ୩ରୁ ରାଜ୍ୟରେ ବଦଳିବ ପାଗ, ୪ରୁ ବର୍ଷିବ
1 min readଭୁବନେଶ୍ୱର: ବର୍ଷା ପରେ ଜାଡ଼ ପୁଣି ଜାଡ଼ ପରେ ବର୍ଷା । ପୁଣି ଭିଜିବ ଓଡ଼ିଶା । ପଶ୍ଚିମାଝଡ଼ ପ୍ରଭାବରେ ୩ତାରିଖରୁ ରାଜ୍ୟରେ ପାଗ ବଦଳିବା ସହିତ ୪ରୁ ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା ଏବଂ ସୋନପୁର ଆଦି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବର୍ଷା ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ଏଣୁ ଚାଷୀଙ୍କୁ ସତର୍କତା ଜାରି ହୋଇଛି । ସେପଟେ ଉତ୍ତର ଦିଗରୁ ଓଡ଼ିଶାକୁ ଆସୁଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
କାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ । ୩ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ଘନ କୁହୁଡି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ଝଡ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଫଳରେ ରାଜ୍ୟରେ ତାପମାତ୍ରା ବଢିବ ।