ଉପକୂଳ ଜିଲ୍ଲାରେ ଆଜିଠୁ ବଢ଼ିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ । ସ୍ଥାନେ ସ୍ଥାନେ ହେଉଛି ଝିପି ଝିପି ବର୍ଷା । ଆଜିଠାରୁ ବର୍ଷାର ପରିମାଣ ବଢ଼ିବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ଅନେକ ଜିଲ୍ଲାରେ ପାଗ ମେଘୁଆ ରହିବ । ଆସନ୍ତାକାଲି ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ସମୁଦ୍ର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ଉତ୍ସ ବାୟୁ ପ୍ରଭାବରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ରାତିରେ ତାପମାତ୍ରା ବୃଦ୍ଧି ଘଟିଛି ଏବଂ କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୋରାପୁଟ, ବଲାଙ୍ଗିରରେ ସର୍ବାଧିକ ଘନ କୁହୁଡି ହେଉଥିବାବେଳେ ବାଲେଶ୍ୱର, ଅନୁଗୁଳ, ବାରିପଦା, କେନ୍ଦୁଝର, ଫୁଲବାଣୀ, ମାଲକାନାଗିରି ଆଦି ସ୍ଥାନରେ ଘନ କୁହୁଡ଼ି ଜାରି ରହିଛି । ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଓଡ଼ିଶାରେ କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଅଭିନବ ଉପାୟରେ ଚୋରି: ଚୁଟି କାଟୁ କାଟୁ ଗ୍ରାହକଙ୍କ ସୁନା ଚେନ୍ କାଟିନେଉଥିଲେ

Leave a Reply