ମେ‘ ୨୬ରେ ମାଟ୍ରିକ ରେଜଲ୍ଟ: ପରୀକ୍ଷା ଫଳ ପ୍ରକାଶର ୬ ଘଣ୍ଟା ମଧ୍ୟରେ ମିଳିବ ଡିଜିଟାଲ ପ୍ରମାଣପତ୍ର

1 min read

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପ୍ରରିଚାଳିତ ଦଶମ ମାଟ୍ରିକ ପରୀକ୍ଷାର ଫଳ ମେ ୨୬ ତାରିଖ ଦିନ ପ୍ରକାଶ ପାଇବ । ଏନେଇ ଆଜି ବୋର୍ଡ ସଭାପତି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ ବିଦ୍ୟାର୍ଥୀ ଫଳ ପ୍ରକାଶନର ୬ ଘଣ୍ଟା ମଧ୍ୟରେ ଡିଜିଟାଲ ମାଟ୍ରିକ ପ୍ରମାଣ ପତ୍ର ପାଇପାରିବେ । ଫଳାଫଳକୁ ନେଇ ଥିବା କୌଣସି ସମସ୍ୟାର ସାମଧାନ ପାଇଁ ଆଜିଠାରୁ ବୋର୍ଡ ତାର କଣ୍ଟେଲ ରୁମରେ କାଉସିଲରମାନଙ୍କୁ ନିଯୁକ୍ତ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

୨୬ ତାରିଖରେ ମାଟ୍ରିକ୍ ରେଜଲ୍ଟ । ରବିବାର ଦିନ ୧୦ଟା ୩୦ରେ ଫଳାଫଳ ଘୋଷଣା । ଏକଘଣ୍ଟା ମଧ୍ଯରେ ୱେବସାଇଡିରେ ଉପଲବ୍ଧ ହେବ ଫଳ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ମଧ୍ଯରେ ଅନଲାଇନ ଓ ୱାଟ୍ସଅପରେ ଡିଜିଟାଲ ମାଟ୍ରିକ ପ୍ରମାଣପାତ୍ର ପାଇପାରିବେ ଛାତ୍ରଛାତ୍ରୀ । ଫଳ ପ୍ରକାଶନର ଏକ ଘଣ୍ଟା ମଧ୍ଯରେ www.bscodisha.ac.In ସାଇଡରେ ଉପଲବ୍ଧ ହେବ ରେଜଲ୍ଟ । ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-10-ରୋଲ ନାମ୍ବର ଲେଖି ୫୬୭୬୭୫୦ କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ । ରି-ଚେକିଙ୍ଗ ପାଇଁ ମେ ୨୯ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି । ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉନସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ ।

ରେଜଲ୍ଟ ତାରିଖ ଘୋଷଣା ପରେ ଖୁସି ପ୍ରକାଶ କରିଛନ୍ତି ଉଭୟ ଶିକ୍ଷକ ଓ ବିଦ୍ୟାର୍ଥୀ । ପ୍ରଚଣ୍ଡ ଖରା ନିର୍ବାଚନୀ ମାହୋଲ ମଧ୍ୟରେ ସମୟ ଥାଇ ଫଳ ପ୍ରକାଶ ପାଇବା ଦ୍ଵାରା ବିଦ୍ୟାର୍ଥୀଙ୍କ ପାଇଁ ଏହା ବେଶ ଲାଭ ଦାୟକ ହେବ ବୋଲି କହିଛନ୍ତି ଶିକ୍ଷକ ଓ ଶିକ୍ଷାବିତ୍ । ପ୍ରଥମ ଥର ପାଇଁ ରେଜଲ୍ଟ ସହିତ ପ୍ରମାଣପତ୍ର ପାଇବାକୁ ଯାଉଥିବାରୁ ବିଦ୍ୟାର୍ଥୀ ବୋର୍ଡ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ସ୍ୱାଗତ କରିଛନ୍ତି ।

ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ମାଧ୍ୟମା ଓ ପତ୍ର ବିନିମୟର ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି । ୨୬ରେ ସମସ୍ତ ରେଜଲ୍ଟ ଏକାଠି ପ୍ରକାଶ ପାଇବ ।