spot_img

Latest Posts

ଆସିଲା ମାଟ୍ରିକ୍ ରେଜଲ୍ଟ, ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର୍ ଅଧିକ

କଟକ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ସାଢେ ୧୧ଟା ମଧ୍ୟରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ମଧ୍ଯରେ ଅନଲାଇନ ଓ ୱାଟ୍ସଅପରେ ଡିଜିଟାଲ ମାଟ୍ରିକ ପ୍ରମାଣପାତ୍ର ପାଇପାରିବେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ପାସ୍‌ ହାର ୯୬.୦୭ % ରହିଛି । ପୁଅଙ୍କ ତୁଳନାରେ ଝିଅ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯% ରହିଛି । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ। ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮% ରହିଛି। କଟକରେ ପାସ୍ ହାର ୯୭.୫୮% ରହିଥିବା ବେଳେ ଜଗତସିଂହପୁରରେ ୯୭.୬୦, କେନ୍ଦ୍ରାପଡ଼ାରେ ୯୫.୭୭, ଯାଜପୁରରେ ୯୫.୯୨, ଅନୁଗୋଳରେ ୯୬.୬୩, ଢେଙ୍କାନାଳରେ ୯୫.୧୨, ପୁରୀରେ ୯୬.୭୬, ନୟାଗଡ଼ରେ ୯୬.୨୩, ବାଲେଶ୍ୱରରେ ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮, ମୟୂରଭଞ୍ଜରେ ୯୫.୭, ଗଜପତିରେ ୯୭.୦୮, ଗଞ୍ଜାମରେ ୯୭.୦୬, ବୌଦ୍ଧରେ ୯୫.୪୯, କନ୍ଧମାଳରେ ୯୬.୬୦, କଳାହାଣ୍ଡିରେ ୯୫.୮୬, ନୂଆପଡ଼ାରେ ୯୩.୯୧, ବରଗଡ଼ରେ ୯୭.୬୪, ସମ୍ବଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧, ଝାରସୁଗୁଡ଼ାରେ ୯୭.୨୮, ବଲାଙ୍ଗିରରେ ୯୪.୩୯, ସୁବର୍ଣ୍ଣପୁରରେ ୯୭.୧୧, ସୁନ୍ଦରଗଡ଼ରେ ୯୭.୨୪, କୋରାପୁଟରେ ୯୪.୮୨, ମାଲକାନଗିରିରେ ୯୫.୦୪, ନବରଙ୍ଗପୁରରେ ୯୪.୮୮ ଓ ରାୟଗଡ଼ାରେ ପାସ୍ ହାର ୯୬.୧୬% ରହିଛି।

ଉଲ୍ଲେଖଯୋଗ୍ୟ, ଫଳ ପ୍ରକାଶନର ଏକଘଣ୍ଟା ମଧ୍ଯରେ www.bseodisha.ac.in ସାଇଟରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-୧୦-ରୋଲ ନାମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ। ରି ଚେକିଙ୍ଗ ପାଇଁ ମେ ୨୯ ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି । ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ମାଧ୍ୟମା ଓ ପତ୍ର ବିନିମୟର ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି ।

Latest Posts

Don't Miss