spot_img

Latest Posts

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଖୋଲିବ ମଣ୍ଡି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଧାନ କିଣାରେ ଯେପରି କୌଣସି ବିଭ୍ରାଟ ନହୁଏ, ସେଥିପାଇଁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ସରକାର । ବାସ୍ତବରେ ସ୍ଥିତି କିନ୍ତୁ ଓଲଟା । ଚାଷୀ ଆଉ ମିଲରଙ୍କ ଭିତରେ ସଲା ସୁତୁରା ହୋଇ ଚାଲିଛି କଟନି ଛଟନି। ଚାଷୀ ନିଜ ଧାନକୁ ବିକ୍ରି କରିବା ପାଇଁ ମିଲରଙ୍କ ସହ ମସୁଧା କରୁଛନ୍ତି। ଧାନକିଣା ପୂର୍ବରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏପରି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମବାୟ ମନ୍ତ୍ରୀଙ୍କ କଟନି ଛଟନି ବୟାନକୁ ନେଇ ବର୍ଷିଛନ୍ତି । ଚାଷୀ ଆଜି ବି ରାଜରାସ୍ତାରେ ଆନ୍ଦୋଳନ କରୁଛି। ସରକାର କିପରି କମ୍ ଚାଷୀ ଧାନ ବିକ୍ରି କରିବେ ସେ ବ୍ୟବସ୍ଥା କରୁଛନ୍ତି। ସରକାରଙ୍କ ଏପରି ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିଜେଡି ଦୃଢ଼ ବିରୋଧ କରିବ। ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବ ବୋଲି କହିଛି ବିଜେଡି। ଅନ୍ୟପଟେ କାଲିଠାରୁ ଚାଷୀଙ୍କ ଠାରୁ ଧାନ କିଣିବେ ରାଜ୍ୟ ସରକାର। ଏଥିପାଇଁ ସବୁ ପ୍ରସ୍ତୁତି ହୋଇଛି। ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Latest Posts

Don't Miss