spot_img

Latest Posts

ହାଇଦ୍ରାବାଦରୁ ଚୋରି କରି ଶ୍ବଶୂର ଘରେ ଲୁଚାଇଥିଲେ ୨୦ ଲକ୍ଷ

ହାଇଦ୍ରାବାଦ: ଆଗ୍ରୋ ଇଣ୍ଡଷ୍ଟ୍ରିରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗରେ ଛାନବିନ୍। ଟଙ୍କା ଚୋରି କରିଥିବା ଯୁବକକୁ ଧରିଲା ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ। ଚୋରି କରିଥିବା ଯୁବକ ହେଲେ ଭୋଗରାଇ ଗ୍ରାମର ଗୋପାଳ ବେହେରା ।

କମର୍ଦ୍ଦା ଥାନା ବଡମନ୍ଦାରୁଣୀ ଗାଁର ଶ୍ବଶୁର ଘର ଅଳିଆ ଗଦାରେ ଲୁଚା ଯାଇଥିବା ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ। କମ୍ପାନୀରେ କାମ କରୁଥିବା ବେଳେ ଟଙ୍କା ଚୋରି କରିଥିଲା ଗୋପାଳ ବେହେରା। ଘଟଣାରୁ ଜଣାପଡିଛି ଯେ ଗୋପାଳ ଦୀର୍ଘ ୧୦ ବର୍ଷ ଧରି ଆଗ୍ରୋ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ  । ଗତ ୫ମାସ ପୂର୍ବରୁ କମ୍ପାନୀର ଆକାଉଣ୍ଟାଟ ଛୁଟିରେ ଯାଇଥିବାବେଳେ କମ୍ପାନୀ ଗୋପାଳଙ୍କୁ ଆକାଉଣ୍ଟ ଦାୟିତ୍ବ ଦେଇଥିଲା  । ଏହି ସମୟରେ ସେ ଲକର୍‌ର ପାସୱାର୍ଡ ହାତେଇ ନେଇଥିଲା  ।

ଏହାପରେ ଲକର୍‌ ଏକ ମାଷ୍ଟର ଚାବି ତିଆରି କରିଥିଲା ଗୋପାଳ  । ଚୋରି କରିବା ଦିନ ଗୋପାଳ ସମସ୍ତ ସିସିଟିଭି ବନ୍ଦ କରିଦେଇଥିଲା  । ଚୋରି କରିବା ପରେ ସମସ୍ତ ଟଙ୍କା ନେଇ ଶାଳକ ରହୁଥିବା ନାମପଲ୍ଲୀ ଅଞ୍ଚଳରେ ସେ ଟଙ୍କା ରଖି ଦେଇଥିଲା  । ଗୋପାଳ ହାଇଦ୍ରାବାଦରେ ଏକ ନମ୍ବର ବ୍ୟବହାର କରୁଥିବାବେଳେ ଓଡିଶା ପାଇଁ ଆଉ ଏକ ନମ୍ବର ରଖିଥିଲା  । ଏ ସମସ୍ତ ନମ୍ବରକୁ ଟ୍ରାକ୍‌ କରି ଗୋପାଳର ଶ୍ବଶୂର ଘରେ ପହଞ୍ଚିଛି ହାଇଦ୍ରାବାଦ ପୋଲିସ  ।

Latest Posts

Don't Miss