ରାଜ୍ୟରେ ଡାଲି ଚାଷ ଉପରେ ଗୁରୁତ୍ବ ,୩୦ଟି ଜିଲ୍ଲାକୁ ପ୍ରୋତ୍ସାହନ

1 min read

ଭୁବନେଶ୍ଟର :  ବଦଳିଛି ଓଡିଶାର ସ୍ଥିତି । ଓଡ଼ିଶା ଚଳିତ ବର୍ଷ ରେକର୍ଡ ଚାଉଳ ଉତ୍ପାଦନ କରିଛି । ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବ ପରେ ସ୍ଥିତି ବଦଳିଛି । ଓଡ଼ିଶା ଚଳିତ ବର୍ଷ ରେକର୍ଡ ଚାଉଳ ଉତ୍ପାଦନ କରିଛି ବୋଲି ବିଧାନସଭାରେ କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସେ କହିଛନ୍ତି ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ରାଜି ନାହିଁ । ଯେଉଁଥି ପାଇଁ ଚାଷ ବିବିଧକରଣ ଜରିଆରେ ଡାଲି ପରି ଶସ୍ୟ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏଥି ପାଇଁ ୩୦ ଜିଲ୍ଲାରେ ଡାଲି ଚାଷ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ୨୦୨୩-୨୪ରେ ୪ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ତୈଳବୀଜ ଚାଷ ଉପରେ ବି ଗୁରୁତ୍ୱ ଦିଆଯାଉଛି । ଡାଲି ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ ଦିଆଯାଉଛି । ନୂତନ ବିହନ ଓ ପିଡିଆ ବି ଦିଆଯାଉଛି । ଡାଲି ଚାଷକୁ ଫୋକସ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।