ଓମଫେଡ୍ ପାଉଚ୍ ସ୍କାମ୍, IAS ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ କ୍ଲିନ୍ ଚିଟ୍

1 min read
Odisha Lokayukta Gives Clean Chit To IAS Bishnupada Sethi On Omfed Scam Case

ଭୁବନେଶ୍ୱର: ଓମଫେଡ୍ ପଲି ଫିଲ୍ମ ପାଉଚ୍ ସ୍କାମ ଦୁର୍ନୀତି ଅଭିଯୋଗ ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ କ୍ଲିନ୍ ଚିଟ୍ ଦେଇଛନ୍ତି । ୨୦୧୫ ଅଗଷ୍ଟରୁ ୨୦୧୬ ଜୁନ୍ ମଧ୍ୟରେ ଆଇଏଏସ୍ ବିଷ୍ଣୁପଦ ସେଠୀ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ଦୁର୍ନୀତି ଅଭିଯୋଗ ହୋଇଥିଲା । ପଲି ଫିଲ୍ମ ପାଉଚ୍ କିଣାରେ ଦୁର୍ନୀତି ଯୋଗୁଁ ଓମଫେଡକୁ ୬ କୋଟି ୩୫ ଲକ୍ଷ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

ଅଭିଯୋଗ ଅନୁସାରେ, IAS ବିଷ୍ଣୁପଦ ସେଠୀ ଓମଫେଡ୍ ଏମଡି ଥିବାବେଳେ ୬୬୮ ମେଟ୍ରିକ ଟନ୍ ପଲି ଫିଲ୍ମ ପ୍ୟାକେଜିଂ ମାଟେରିଆଲ୍ କିଣିଥିଲେ । ଯାହାଦ୍ୱାରା ଓମଫେଡ୍ କ୍ଷତି ସହିଥିବା ବେଳେ କମଳା ଏଜେନ୍ସି କଟକକୁ ଲାଭ ମିଳିଥିଲା । ଏନେଇ ଅଭିଯୋଗ ପରେ ୨୦୧୬ ଡିସେମ୍ବର ୧ ତାରିଖରେ ତତ୍କାଳୀନ ଓମଫେଡ୍ ଏମଡି ମଧୁସୂଦନ ପାଢ଼ୀ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ।

ଏହା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଉତ୍ତର ଦେଇଥିଲେ । ଏପରିକି ପଲି ଫିଲ୍ମ ପାଉଚ୍ ବାବଦକୁ କଟକର କମଳା ଏଜେନ୍ସି ପାଇବାକୁ ଥିବା ୩ କୋଟି ୩୧ ହଜାର ୪୯ ହଜାର ୧୮୦ ଟଙ୍କା ଓମଫେଡ୍ ସ୍ଥଗିତ ରଖିଥିବା କହିଥିଲେ ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

୨୦୦୯ ମସିହାରୁ ଓମଫେଡ୍ IDMC Ltd ଠାରୁ ପଲିରୋଲ୍ସ କିଣୁଛି । IDMC Ltd, NDDBର ଏକ ସବସିଡାରୀ କମ୍ପାନୀ । ୨୦୧୫ ପୂର୍ବ ଯାଏ ଓମଫେଡ୍ ୪୮ ମାଇକ୍ରନର ପଲିରୋଲ୍ କିଣୁଥିଲା । ୨୦୧୫ ଦୁର୍ଗା ପୂଜା ସମୟରେ ଓମଫେଡର ଲିକ୍ୱିଡ୍ ମାର୍କେଟ୍ ସେୟାର ଖସିଥିଲା । ସେହି ସମୟରେ ଓମଫେଡ୍ କର୍ତ୍ତୃପକ୍ଷ IDMC Ltd ଠାରୁ ଉଚ୍ଚକ୍ଷମତା ଥିକ ପଲିରୋଲ୍ କିଣିବାକୁ ସ୍ଥିର କରିଥିଲେ । ୬୦ରୁ ୬୫ ମାଇକ୍ରନ ପଲିରୋଲ ଯାହାର ଭିତର ପଟ ଆସ୍ତରଣ କଳା ଓ ବାହାର ପଟ ୪ ପ୍ରକାରର ରଙ୍ଗ ଥିବ କିଣିବା ନେଇ ନିଷ୍ପତ୍ତି ହୋଇଥିଲା । ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଲିରୋଲ୍ କିଣିବାକୁ ନିଷ୍ପତ୍ତି ନେଇଥିଲା ଓମଫେଡ୍ ।

ତଦନୁସାରେ, ଓମଫେଡ୍ IDMC Ltdକୁ ଆମନ୍ତ୍ରଣ କରିଥିଲା । IDMC Ltd ଉକ୍ତ ମାନର ପଲିରୋଲ୍ ପାଇଁ ତାର ଅଧିକୃତ ଷ୍ଟକିଷ୍ଟ କଟକର କମଳା ଏଜେନ୍ସିକୁ ୬୦ରୁ ୬୫ ମାଇକ୍ରନ ପଲିରୋଲ୍ କେଜି ପିଛା ୨୧୯ ଟଙ୍କା ୩୪ ପଇସା ଦେବାକୁ ରାଜି ହୋଇଥିଲା । ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ IDMC Ltd ଓମଫେଡକୁ ୫୫୭.୪୩ ମେଟ୍ରିକ୍ ଟନ୍ ୬୫ ମାଇକ୍ରନ ପଲିରୋଲ୍ ଓ ୧୪୮ ମେଟ୍ରିକ୍ ଟନ୍ ୪୮ ମାଇକ୍ରନ୍ ପଲିରୋଲ୍ ଯୋଗାଇ ଥିଲା । ୬୫ ମାଇକ୍ରନର ୫୫୭.୪୩ ମେଟ୍ରିକ୍ ଟନ୍ ପଲିଥିନକୁ ୧୦ କୋଟି ୭୬ ଲକ୍ଷ ଟଙ୍କା ଏବଂ ୪୮ ମାଇକ୍ରନର ୧୪୮ ମେଟ୍ରିକ୍ ଟନ୍ ପଲିରୋଲ୍ ପାଇଁ ୨ କୋଟି ୭୮ ଲକ୍ଷ ଟଙ୍କା ଏଭଳି ଭାବେ ୭୦୫.୩୫ ମେଟ୍ରିକ୍ ଟନ୍ ପଲିରୋଲ ପାଇଁ ୧୩ କୋଟି ୫୪ ଲକ୍ଷ ଟଙ୍କା ବିଲ୍ ହୋଇଥିଲା ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

ମୋଟ ଦେୟରୁ ଓମଫେଡ୍ ୧୧ କୋଟି ୭୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ବଳକା ଅର୍ଥ ଦିଆଯାଇନାହିଁ । ଓମଫେଡ୍ ପଲିରୋଲ୍ କିଣାରେ କୌଣସି ଦୁର୍ନୀତି କିମ୍ବା କ୍ଷତି ହୋଇନଥିବା ତଦନ୍ତ ବେଳେ ଜଣାପଡ଼ିଛି । ଏପରିକି ୨୦୧୭ ଏପ୍ରିଲ ୨୨ ଓ ୨୦୧୯ ମାର୍ଚ୍ଚ ୨୯ରେ ହୋଇଥିବା ସ୍ୱତନ୍ତ୍ର କମିଟି ତଦନ୍ତରେ ମଧ୍ୟ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି । ବରଂ ବିଷ୍ଣୁପଦ ସେଠୀ ନେଇଥିବା ନିଷ୍ପତ୍ତି ଗ୍ରାହକ, ଚାଷୀ ଓ ଓମଫେଡର ହିତକାରୀ ବୋଲି ରିପୋର୍ଟରେ କୁହାଯାଇଛି ।

Odisha Lokayukta Gives Clean Chit To IAS Bishupada Sethi On Omfed Scam Case

ସବୁ ରିପୋର୍ଟକୁ ତର୍ଜମା ଓ ଅନୁସନ୍ଧାନ ପରେ ଓଡ଼ିଶା ଲୋକାୟୁକ୍ତ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଓମଫେଡ୍ ପଲି ଫିଲ୍ମ ପାଉଚ୍ ସ୍କାମ ମାମଲାରେ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି ।

Leave a Reply