spot_img

Latest Posts

ଚଳିତବର୍ଷ ଓଡ଼ିଶାରେ ହେବ ନିଅଣ୍ଟିଆ ବର୍ଷା; ଭାରତୀୟ ପାଣିପାଗ ବିଭାଗର ଆକଳନ

ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶାରେ ହେବ ନିଅଣ୍ଟିଆ ବର୍ଷା। ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି କରାଯାଇଛି।

ଆଇଏମଡି ଅନୁସାରେ ଚଳତି ବର୍ଷ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ ବର୍ଷିବ। ପୂରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ନେଇ ଆକଳନ କରାଯାଇଛି। ତେବେ ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଣ୍ଟିଆ ବର୍ଷା ହେବ। ଖୁବଶୀଘ୍ର ସରିବ ଏଲନିନୋ କଣ୍ଡିସନ୍ । ମନସୁନ ସିଜିନ ଆରମ୍ଭରୁ ନିଷ୍କ୍ରିୟ ହେବ ଏଲନିନୋ । ଅଗଷ୍ଟ ବେଳକୁ ଆରମ୍ଭ ହେବ ଲାନିନା କଣ୍ଡିସନ୍ । ଲାନିନା କଣ୍ଡିସନ ରହିଲେ ଭଲ ବର୍ଷା ହେବ।

୧୯୫୪ ରୁ ୨୦୨୩ ମଧ୍ୟରେ ୯ ବର୍ଷ ଏଭଳି ସମୟ ଆସିଛି । ଏହି ସମୟରେ ୨ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ୫ ବର୍ଷ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୨ ବର୍ଷ ସ୍ବାଭାବିକ ବର୍ଷା ହୋଇଛି। ମୌସୁମୀ ସିଜନରେ ୨୨ ବର୍ଷ ଲାନିନା ସକ୍ରିୟ ରହିଛି। ସମସ୍ତ ୨୨ ବର୍ଷରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତେବେ ଚଳିତ ବର୍ଷ କେବେ ମୌସୁମୀ କେରଳ ଛୁଇଁବ ସେନେଇ ମେ ମାସରେ ଆକଳନ କରାଯିବ।

Latest Posts

Don't Miss