ଓଡ଼ିଶା ଲେୟର ଫାର୍ମର୍ସଙ୍କ ସମସ୍ତ ଅସୁବିଧା ଦୂରପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରେ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇଥିଲେ ଓଡ଼ିଶା ଲେୟର ଫାର୍ମର୍ସର ଆସୋସିଏସନର ଅଧ୍ୟକ୍ଷ ମାନସ ମଙ୍ଗରାଜ । ଓଡ଼ିଶା ଲେୟର ଫାର୍ମର୍ସଙ୍କ ସମସ୍ତ ଅସୁବିଧା ଦୂରପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସମସ୍ତ ସମସ୍ୟାର ଶୀଘ୍ର ସାମଧାନ କରାଯିବ ବୋଲି ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନର ରାଜ୍ୟ ଅଧ୍ୟକ୍ଷ ମାନସ ମଙ୍ଗରାଜ କହିଛନ୍ତି ।
ଆଜି ଗଞ୍ଜାମ ଜିଲ୍ଲା ଲେୟର ଫାର୍ମର୍ସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଆଗାମୀ ଦିନରେ କିଭଳି ଏହି ଚାଷୀମାନେ ଅଧିକ ରୋଜଗାରକ୍ଷମ ହେବେ ଓ ଲାଭ ପାଇପାରିବେ ସେ ବିଷୟରେ ମଧ୍ୟ ଶ୍ରୀମଙ୍ଗରାଜ ବିସ୍ତୃତ ଆଲୋଚନା କରିଥିଲେ । କରୋନା ମହାମାରୀ ବେଳେ ଆମିଷ ଖାଇବା ନେଇ ଅପପ୍ରଚାର ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ଯୋଗୁ କିଛିମାସ ହେଲା ସ୍ୱାଭାବିକ ଅବସ୍ଥା ଫରିଛି । ତେଣୁ ବୈଠକରେ ଲେୟର ଚାଷୀମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ଲେୟର ଫାର୍ମିଂ ପାଇଁ ସରକାରୀ ପ୍ରୋତ୍ସାହନକୁ ନେଇ ଚାଷୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।
ଆୟୋଜିତ ବୈଠକରେ ଲେୟର କୁକୁଡ଼ା ଚାଷରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସର୍ବସମ୍ମତ୍ତ ମତ ପ୍ରକାଶ ପାଇଥିଲା । ବ୍ରଏଲର ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି ଏନ୍.ଇ.ସିସି ଅଧ୍ୟକ୍ଷ । ବୈଠକରେ ଗଞ୍ଜାମ ଜିଲ୍ଲାର ଶହେରୁ ଅଧିକ ଚାଷୀ ଓ ବ୍ରୟଲର ଫାର୍ମର ମୁଖ୍ୟ ଅଂଶଗ୍ରହଣ କରିଥିଲେ । ବୈଠକ ପରେ ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତରାତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ଅଧ୍ୟକ୍ଷ ମାନସ ମଙ୍ଗରାଜ ।