ଜାତୀୟ ହାର ଠାରୁ କମ୍ ରହିଛି ରାଜ୍ୟରେ ଆକ୍ରାନ୍ତଙ୍କ ହାର: ସାବଧାନ ନରହିଲେ ବିସ୍ଫୋରକ ହେବ ସ୍ଥିତି

ଭୁବନେଶ୍ୱର: ବାଆ ନରମିଲେ, ବତାସ ଆସିବ । ଅର୍ଥାତ ଓଡିଶା କରୋନା ସଂକ୍ରମଣ ରୋକିବାରେ ଓଡିଶାର ସ୍ଥିତି ଭଲ ରହିଥିଲେ ବି ସତର୍କତା ଅବଲମ୍ବନ ନକଲେ ଆଗକୁ ବିସ୍ଫୋରଣମୂଳକ ସ୍ଥିତି ହେବ । ମଧ୍ୟପ୍ରଦେଶରେ ୬ ଦିନରେ ୧୦୦ ଜଣ ସଂକ୍ରମିତ ହେଲେ ।

୪ଦିନରେ ୨୦୦ ଏବଂ ୫ ଦିନରେ ୫୦୦ ଛୁଇଁଲା ସଂକ୍ରମଣ । ସେପଟେ ଓଡିଶାରେ ୪୧ ଦିନରେ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି । ଏହାର ଅର୍ଥ ନୁହେଁ, ୫ ଦିନରେ ୨୦୦ ଛୁଇଁବନି ସତର୍କ କରାଇଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ କରୋନା ମୁଖ୍ୟ ମୁଖପାତ୍ର ।

ବିଶ୍ୱରେ ଆମେରିକାରେ ଏବେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ରହିଛି । ସେଠାରେ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେଠାରେ ମଧ୍ୟ ଜାନୁଆରୀଠୁ ମାର୍ଚ୍ଚ ଯାଏଁ କରୋନା ଭୂତାଣୁ ଅତି ସନ୍ତର୍ପଣରେ ବଢୁଥିଲା । ଏବେ ଏହା ବିସ୍ଫୋରକ ସ୍ଥିତି ନେଇଛି । ଭାରତରେ ମଧ୍ୟ କରୋନା ଏବେ ସନ୍ତର୍ପଣରେ ବଢୁଛି । ବିସ୍ଫୋରଣ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ବୋଲି ଚେତାଇ ଦେଇଛନ୍ତି ସୁବ୍ରତ ବାଗଚୀ ।

ଓଡିଶାରେ ଯେତେ ଲୋକ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ଲୋକଙ୍କ ଠାରେ କୈାଣସି ସଂକ୍ରମଣର ଲକ୍ଷଣ ନାହିଁ । ତେଣୁ ଏହା ପ୍ରମାଣିତ କରୁଛି ଯେ, ଲକ୍ଷଣ ନଥିବା ଲୋକଙ୍କ ଠାରୁ ବି ସଂକ୍ରମଣ ହେବ । ନିକଟରେ ରାଜ୍ୟ ସରକାର କେତେକ କ୍ଷେତ୍ରରେ ଲକଡାଉନକୁ କୋହଳ କରିଛନ୍ତି । ଏହାପରେ ରାଜ୍ୟବାସୀଙ୍କ ଦାୟିତ୍ୱ ବଢିଯାଇଛି । ଆମ ସମସ୍ତଙ୍କୁ ଆହୁରି ସତର୍କ, ସାବଧାନ ଓ ଯତ୍ନବାନ ହେବାକୁ ପଡ଼ିବ । ଏହା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । କରୋନା ମୁକାବିଲାରେ ପରୀକ୍ଷା ଏକ ପ୍ରଭାବଶାଳୀ ଅସ୍ତ୍ର ।

ଦେଶରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୪୫୨ଜଣଙ୍କ ନମୂନା ପରୀକ୍ଷା ହେଉଥିବା ବେଳେ ଓଡିଶାରେ 666 ଜଣଙ୍କ ପରୀକ୍ଷଣ କରାଯାଉଛି । ସେହିଭଳି ଦିଲ୍ଲୀରେ ପ୍ରତି 100ଜଣଙ୍କ ନମୂନା ପରୀକ୍ଷାରୁ 8.4ଜଣ ସଂକ୍ରମିତ ବାହାରୁଥିବା ବେଳେ ମହାରାଷ୍ଟ୍ରରେ 7ଜଣ ଓ ଜାତୀୟ ହାର ହେଉଛି 4.3 । ଓଡିଶାରେ ସଂକ୍ରମଣର ହାର ହେଉଛି 0.4 । ଅର୍ଥାତ ରାଜ୍ୟରେ ୨୫୦ଜଣଙ୍କ ନମୂନା ପରୀକ୍ଷା ହେଲେ ଜଣେ ପଜିଟିଭ ବାହାରିବେ । ତେଣୁ ରାଜ୍ୟ ସରକାର ପରୀକ୍ଷଣ ହାର ବଢାଇଛନ୍ତି । ଗତ ୪ ସପ୍ତାହ ମଧ୍ୟରେ ରାଜ୍ୟରେ ୧୫ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି । 8ଟି ଲ୍ୟାବରେ ଟେଷ୍ଟିଂ ହେଉଛି, ଖୁବଶୀଘ୍ର କୋରାପୁଟ, ବଲାଙ୍ଗିର, ବାଲେଶ୍ୱର ଓ ବାରିପଦାରେ ହେବ ଟେଷ୍ଟିଂ ସୁବିଧା ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟ ସରକାର ପ୍ରଥମେ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ କରୁଛନ୍ତି । ଦ୍ୱିତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ତୃତୀୟରେ ଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ଏବଂ ଚତୁର୍ଥରେ କରୋନା ମୁକାବିଲାରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ନମୂନା ପରୀକ୍ଷାକୁ ପ୍ରଥମିକତା ଦିଆଯାଉଛି । ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୬୦ଜଣ କରୋନା ପଜିଟିଭଙ୍କ ମଧ୍ୟରୁ 38 ଜଣଙ୍କର ରହିଛି ପଶ୍ଚିମୃବଙ୍ଗ ଲିଙ୍କ । ଏହି ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

Leave a Reply