ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ମୁକ୍ତି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତର ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ, ଉପକୂଳରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏଥିପାଇଁ କାଲି ପର୍ଯ୍ୟନ୍ତ ୧୧ ଜିଲ୍ଲା ଏବଂ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ହିଟଓ୍ବେଭ୍ ଜାରି କରାଯାଇଛି । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୩ ତାରିଖ ପର୍ଯ୍ୟନ୍ତ ହିଟଓ୍ବେଭ୍ ପ୍ରଭାବ ରହିବ । ଗ୍ରୀଷ୍ମ ପ୍ରବାହ ସମୟରେ ଖରାରୁ ଦୂରେଇ ରହିବା ପାଇଁ ଲୋକକଙ୍କୁ ସଚେତନ କରିବାକୁ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  ।

ଆସନ୍ତା ୨୯ରୁ ୨ ତାରିଖ ଭିତରେ ଉପକୂଳରେ ସ୍ଥାନେ ସ୍ଥାନେ କାଳବୈଶାଖୀ ହେବ । ବିଶେଷ କରି କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ଅଛି । ୨ରୁ ୭ ତାରିଖ ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ଅପେକ୍ଷାକୃତ ଅଧିକ କାଳବୈଶାଖୀ ସମ୍ଭାବନା ଅଛି । ସାରା ରାଜ୍ୟରେ ୪ରୁ ୬ ତାରିଖ ଭିତରେ କାଳବୈଶାଖୀ ବିସ୍ତୃତ ଅଞ୍ଚଳରେ ହୋଇପାରେ ।