ବିହନ ପ୍ରଣାଳୀରେ ପାରମ୍ପରିକ ମାଣ୍ଡିଆର ଭୂ-ପ୍ରଭାତି ଜାରି କରି ଓଡ଼ିଶା ବିଶ୍ବରେ ନୂଆ ପରିଚୟ

1 min read

ଭୁବନେଶ୍ବର : ବିଶ୍ବରେ ଓଡିଶାକୁ ନୂଆ ସଫଳତା । ମାଣ୍ଡିଆର ୪ଟି ଭୂ-ପ୍ରଜାତିକୁ ମାନ୍ୟତା । ବିହନ ପ୍ରଣାଳୀରେ ପାରମ୍ପରିକ ମାଣ୍ଡିଆର ଭୂ-ପ୍ରଭାତି ଜାରି କରିବାରେ ଓଡ଼ିଶା ବିଶ୍ବରେ ନୂଆ ପରିଚୟ ସୃଷ୍ଟି କରିଛି । କୃଷି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମିପୁର-କାଳିଆ, ମାଲ୍ୟମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ନାମରେ ୪ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରାଯାଇଛି । ଯାହା ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆର ଭୂ-ପ୍ରଜାତି ବିକଶିତ ହେବ । ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିପାରିବ  । ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତିକା ଓ ଜଳବାୟୁ ଅନୁକୂଳ ହୋଇଛି । ଏହି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ଯ ସହନଶୀଳ ଅଟେ । ଜନଜାତି ସଂପ୍ରଦାୟର କୃଷକମାନେ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ବିବେଚିତ ହୋଇ ଆସୁଛନ୍ତି । Odisha Millets Mission | dishaodisha.org.in

ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ଆଗକୁ  ଏହିସବୁ ଭୂ-ପ୍ରଭାତି ନେଇ ଲମ୍ବା ଯୋଜନା କରାଯାଇଥିବା କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢୀ କହିଛନ୍ତି  ।  ୨୦୨୭ ମସିହା ପର୍ଯ୍ୟନ୍ତ ପାଇଲଟ ପ୍ରୋଜେଟ ଭାବେ ମିଲେଟ ମିଶନକୁ ନେଇ କାମ ଆରମ୍ଭ କରିଛି କୃଷି ବିଭାଗ । ଲୋକଙ୍କ ଭିତରେ ମିଲେଟ ପ୍ରତି ଆଦାର ବଢାଇବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡଙ୍କୁ ସଶକ୍ତ କରି ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି ।  ଚଳିତ ବର୍ଷ ଏନେଇ ବଜେଟରେ ୪୯୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ଦେଶର ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଯୋଗାଇ ଦେଉଛି । ମିଲେଟକୁ ୩୦ଟି ଜିଲ୍ଲାର ୧୭୭  ବ୍ଲକକୁ ସଂପ୍ରସାରଣ କରାଯାଇଛି  । ଆଗକୁ ଉପକୂଳ ଓଡ଼ିଶାର ମାଣ୍ଡିଆ ଚାଷ ଉପରେ ଫୋକସ କରିଛି କୃଷି ବିଭାଗ  । ୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ମିଲେଟ ମିଶନ ଏବେ ସଫଳତା  ପରେ  ସଫଳତା ହାସଲ କରିଛି । ଓଡ଼ିଶା ମିଲେଟ ମିଶନକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବୀକୃତି ମିଳିଛି । ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଛି । ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ମାଣ୍ଡିଆର ପ୍ରଚାର, ପ୍ରସାର ସହ ଘରେ ଘରେ କିପରି ମାଣ୍ଡିଆ ପହଞ୍ଚିବ ସେଦିଗରେ ଜୋରଦାର ପ୍ରୟାସ କରିଛନ୍ତି  ।