ହକି ବିଶ୍ୱକପକୁ ଆସିବେ କେନ୍ଦ୍ରମନ୍ତ୍ରୀ, ନିମନ୍ତ୍ରଣ କଲା ଓଡ଼ିଶା

ନୂଆଦିଲ୍ଲୀ: ହକି ବିଶ୍ବକପରେ ଯୋଗଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲା ଓଡ଼ିଶା । ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ମଧ୍ୟ ବିଶ୍ବକପରେ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଛି ।

ସେହିପରି ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଉଦ୍ଘାଟନୀ ମ୍ୟାଚ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଉଦଯାପନୀ ମ୍ୟାଚରେ  ଅତିଥି ଭାବେ ଯୋଗ ଦେବାକୁ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଛି  ।

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତିଙ୍କ ସହିତ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୧୩ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ହକି ମହାକୁମ୍ଭ । ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଆୟୋଜନ କରି ଗୌରବ ଆଣିଛି ଓଡ଼ିଶା ।