spot_img

Latest Posts

ବେଙ୍ଗାଲୁରୁରେ ଆରମ୍ଭ ଇନଭେଷ୍ଟର୍ସ ମିଟ୍; ଉଦ୍ୟୋଗପତିଙ୍କୁ ଭେଟ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଆରମ୍ଭ ହୋଇଛି ବେଙ୍ଗାଳୁରୁ ଇନଭେଷ୍ଟର୍ସ ମିଟ୍ । ସିଲିକନ୍ ସିଟିରେ ଶିଳ୍ପପତିଙ୍କୁ ଭେଟିବା ପରେ ରୋଡ୍ ଶୋ’କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ତମାମ ବଡ଼ ବଡ଼ କମ୍ପାନୀ କ୍ୟାପଟେନ୍ଙ୍କୁ ଭେଟିବା ପରେ ଏବେ ୫ଶହରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ଓଡ଼ିଶା ଶିଳ୍ପାୟନର ପ୍ରେଜେଣ୍ଟେସନ୍ ଦିଆଯାଉଛି । କାହିଁକି ଓଡ଼ିଶା ହେବାକୁ ଯାଉଛି ଇଣ୍ଡଷ୍ଟ୍ରିଆଲ୍ ହବ୍? କିଭଳି ସିଙ୍ଗିଲ୍ ଓ୍ବିଣ୍ଡୋରେ ମିଳୁଛି ସବୁ ସୁବିଧା? ଜମି ଅଧିଗ୍ରହଣରୁ ବିଜୁଳି ସମସ୍ୟାର ଚୁଟ୍କିରେ କିପରି ହେଉଛି ସମାଧାନ? ବିସ୍ତୃତ ଭାବେ ବୁଝାଇ କହୁଛନ୍ତି ନବୀନ ଆଣ୍ଡ କୋ।

ମୁଖ୍ୟମନ୍ତ୍ରୀ ପେଜ ଇଣ୍ଡଷ୍ଟ୍ରିଜର ସିଇଓ ଭି ଜି ଗଣେଶ, ଟିଟିକେ ପ୍ରେଷ୍ଟିଜର ପି ସତ୍ୟନାରାୟଣ, ଆକ୍ସେଞ୍ଚରର ଅଜୟ ଭିଜ୍, ଫ୍ଲିପକାର୍ଟର ରଜନୀଶ କୁମାର, ଗ୍ଲୋବାଲ ଫାଉଣ୍ଡ୍ରିର ଜିତେନ୍ଦ୍ର ଚଡ୍ଡା,  ଆର୍ଣ୍ଣେଷ୍ଟ ଆଣ୍ଡ ୟଙ୍ଗର ଗୌତମ ତନେଜା ଓ ଇଣ୍ଡୋ-ନିଶାନ ଫୁଡ୍ କମ୍ପାନୀର ଗୌତମ ଶର୍ମାଓଫଙ୍କୁ ଭେଟିଛନ୍ତି । ସେମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ନିମନ୍ତ୍ରଣ କରିବା ସହ ପୁଞ୍ଜି ନିବେଷଶ ପାଇଁ ଓଡ଼ିଶାରେ କ’ଣ କ’ଣ ସୁବିଧା ରହିଛି ସେ ସମ୍ପର୍କରେ କହିଛନ୍ତି।  ନିବେଶକ ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଆପାରେଲ୍, ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ୍ କରାଯାଇଛି ।

 

Latest Posts

Don't Miss