ଓଡ଼ିଶାରେ ପୁଞ୍ଜି ନିବେଶ ପ୍ରତିଶ୍ରୁତି, ଦୁବାଇରେ ଘୋଷଣା

ନନ୍ଦିଘୋଷ ବ୍ୟୁରେ: ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇ ନିବେଶକ ସମ୍ମିଳନୀରେ ତବ୍ରିଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍ ହମ୍ମାଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତବ୍ରିଦ ଗ୍ରୁପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ । ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି ତାବ୍ରିଡ ଗ୍ରୁପ । ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏନବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି । କୁଏତର ଏମବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ ଜି ଆବ୍ରାହାମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି । ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ ।

ଏମିବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦୁବାଇର ସରାଫ୍‌ ଗ୍ରୁପ ଓଡ଼ିଶାରେ ପୁଞ୍ଜି ଖଟାଇବ । ଲଜିଷ୍ଟିକ୍‌ କ୍ଷେତ୍ରରେ ପୁଞ୍ଜି ଲଗାଇବା ସରାଫ୍‌ ଗ୍ରୁପ୍ । ଗତ ୨ ବର୍ଷରେ ଓଡିଶାରେ ବିନିଯୋଗ ହୋଇଛି ୩ ଲକ୍ଷ ୭୫ ହଜାର କୋଟି । କୋଭିଡ ସତ୍ତ୍ୱେ ରାଜ୍ୟର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ଶୋଭା ଲିମିଟେଡ । ମେଟାଲ ଓ ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି ଶୋଭା ଗ୍ରୁପ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଶୋଭା ଲିମିଟେଡର ଅଧ୍ୟକ୍ଷ