୯୨, ୭୧୩ କୋଟି ଟଙ୍କାର ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦୃତ ଶିଳ୍ପାୟନରେ ଆଉ ଗୋଟିଏ ପାଦ ଆଗେଇଲା ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାର ଶିଳ୍ପାୟନରେ ଗୁରୁବାର ଏକ  ନୂଆ ଫର୍ଦ୍ଦ  ଯୋଡି ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ରାଜ୍ୟରେ ୫ ମେଗା ପ୍ରକଳ୍ପକୁ ମଂଜୁରୀ ଦେଇଛି ।  ପ୍ରାୟ ୯୨ ହଜାର ୭୧୩ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  ।  ଏହି ପ୍ରକଳ୍ପଗୁଡିକ ଦ୍ୱାରା  ୩୧ ହଜାର ୯୭୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ବୋଲି ଜଣାପଡିଛି।

Naveen Pandian

ଆଇପିଆର ୨୦୧୫ରେ ସର୍ବାଧିକ ପୁଞ୍ଜିନିବେଶକୁ ମଂଜୁରୀ ମିଳିଛି  । ରାଜ୍ୟର ଅନୁଗୁଳରେ ଜିନ୍ଦଲ ଷ୍ଟିଲର କ୍ଷମତା ୧୮.୬ ନିୟୁତ ଟନକୁ ବୃଦ୍ଧି କରାଯିବ  । ଏଥିସହ ଜିନ୍ଦଲର ୧୨,୫ ନିୟୁତ ଟନ ସିମେଣ୍ଟ କାରଖାନା, ୩୬ ନିୟୁତ ଟନ ସ୍ଲରି ପାଇପଲାଇନ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି ।  ଏଥିରେ ୭୬ ହଜାର ୧୮ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜେଏସପିଏଲ  । ଜିନ୍ଦଲ ଷ୍ଟେନଲେସ ଲିମିଟେଡକୁ ମଧ୍ୟ  ସମ୍ପ୍ରସାରିତ କରାଯିବ । ଜିନ୍ଦଲ ଷ୍ଟେନଲେସର କ୍ଷମତା ୧.୧ରୁ ୩.୨ ନିୟୁତ ଟନକୁ ବଢ଼ିବ  । କଳିଙ୍ଗ ନଗର ପ୍ରକଳ୍ପରେ ମଧ୍ୟ ୬,୮୪୦ କୋଟିର ପୁଞ୍ଜି ନିବେଶ  କରିବ  । ଏଥିସହ କେନ୍ଦୁଝର ଓ ପାରାଦୀପରେ ଏସାର ମିନମେଟର ପ୍ଲାଣ୍ଟ କରାଯିବ  । ଏଥିରେ ୬୬୫୦ କୋଟିର ନିବେଶ ସହ ୧୪୬୮ ଜଣଙ୍କୁ ନିଯୁକ୍ତି ମିଳିବ  ।

ସେହିପରି କେନ୍ଦୁଝରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ସମ୍ପ୍ରସାରଣ ମଧ୍ୟ କରାଯିବ । ଏଥିପାଇଁ ୨ ହଜାର କୋଟି ଟଙ୍କାର ନିବେଶ ହେବ  । ଏହି ପ୍ରକଳ୍ପ ମାଧ୍ୟମରେ ୬୫୫ ଜଣଙ୍କୁ ନିଯୁକ୍ତି ମିଳିବ  ବୋଲି ଜଣାପଡିଛି । ଅନୁରୂପଭାବେ ସମ୍ବଲପୁର ପାଣ୍ଡୋଲୋଇରେ ଶ୍ୟାମ ମେଟାଲିକ୍ସର ସମ୍ପ୍ରସାରଣ ହେବ  । ଏଥିରେ ୧୨୦୫ କୋଟି ଟଙ୍କାର ନିବେଶ ସହ ୩୨୭୦ଜଣଙ୍କୁ ନିଯୁକ୍ତି ମିଳିବ  ।

Leave a Reply