ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୮ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ । ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ ହଜାର ଟଙ୍କାକୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ପ୍ରତି ତିନି ବର୍ଷରେ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ରିଭିଜନ ହୁଏ । ତିନି ବର୍ଷ ପରେ ପୁଣି ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ମହାମାରୀ କୋଭିଡ୍ ସମୟରେ ହାଉସ୍ ସର୍ଜନଙ୍କ ବିଶେଷ ଅବଦାନ ରହିଛି । କରୋନା କାଳରେ ସମସ୍ତେ ଇନସେଣ୍ଟିଭ୍ ପାଇଥିବା ବେଳେ ସେମାନେ ପାଇନଥିଲେ । ଏବେ ଷ୍ଟାଇପେଣ୍ଡ ବଢ଼ିଥିବାରୁ ହାଉସ୍ ସର୍ଜନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।