ରାଜ୍ୟରେ ମେ ୧୯ ଯାଏଁ ଲକଡାଉନ୍ ଘୋଷଣା

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହେବ । ୧୯ ତାରିଖ ଯାଏଁ ବଳବତ୍ତର ରହିବ ଲକଡାଉନ୍ କଟକଣା । ମେ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି ।
ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।
ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ। pic.twitter.com/l7nO7He5Fw— I & PR Department, Odisha (@IPR_Odisha) May 2, 2021
ଏହି ସମୟରେ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କିଣି ହେବ । ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ରହିବ ନାହିଁ ।