spot_img

Latest Posts

ରାୟଗଡ଼ା ମଝିଘରିଆଣୀ ହୁଣ୍ଡିରୁ ବାହାରିଲା କୋଟିଏ ଟଙ୍କା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା ପ୍ରାୟ କୋଟିଏ ଟଙ୍କାର ଦାନ ଅର୍ଥ। ଗଣତି ପରେ ମୋଟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ମିଳିଥିବା ଜଣାପଡିଛି। ୩୨ ଟି ବିଦେଶୀ ନୋଟ ସମେତ ୫୩ ଗ୍ରାମ ସୁନା ଓ ୨ ହଜାର ୩୯୨ ଗ୍ରାମ ରୂପା ମିଳିଛି। ମନ୍ଦିରରେ ଥିବା ମୋଟ ୯ ଟି ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଏଥିରେ ଇଂଲଣ୍ଡର ପାଉଣ୍ଡ, କାନାଡା ଡଲାର, ଆମେରିକୀୟ ଡଲାର, ଥାଇଲାଣ୍ଡର ଥାଇବାତ୍ ନୋଟ ରହିଛି। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ମୁଦ୍ରା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଦୀର୍ଘ ୧୦ ଘଣ୍ଟା ଧରି ଗଣତି ଚାଲିଥିଲା।

ଏହା ପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ସହିତ ୬୨ ଗ୍ରାମ ସୁନା ଓ ୨୩୦୦ ଗ୍ରାମ ରୁପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୬୬ଟି ବିଦେଶୀ ନୋଟ ମଧ୍ଯ ବାହାରିଥିଲା। ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଦାନ ଅର୍ଥ ଗଣତି କରାଯାଉଛି । ବୁଧବାର ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା କରାଯାଇଛି।

Latest Posts

Don't Miss