ଆଜିଠୁ ସାରା ରାଜ୍ଯରେ ବଢିବ ତାପମାତ୍ରା

heat wave in the city and hand showing thermometer for high temperature

ଭୁବନେଶ୍ବର: ଆଜିଠୁ ଅର୍ଥାତ ବୁଧବାରଠାରୁ ଆହୁରି ଜଳିବ ଓଡ଼ିଶା । ସାରା ରାଜ୍ଯରେ ବଢିବ ତାପମାତ୍ରା । ପଶ୍ଚିମ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ୪୦ ପାର୍ କରିପାରେ ତାତି । ବିଶେଷ କରି ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା ଏବଂ ଗଜପତିରେ ଖରା ୪୦ ଡିଗ୍ରୀ ବା ତାଠୁ ଅଧିକ ରହିପାରେ। ଏଥିପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ଯପଟେ ଦିନ ସହ ଅସମ୍ଭାଳ କରିବ ରାତିର ତାତି। ୩ ଦିନ ପାଇଁ ଆଭ୍ଯନ୍ତରୀଣ ଓଡିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଲିଠୁ ୪ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ନେଇ ଆଲର୍ଟ ଜାରି କରାଯାଇଛି । ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହେବା ସହ ରାତ୍ରୀର ତାପମାତ୍ରା ବି ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ଉପରେ ରହିବ। ଫଳରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ଘୂର୍ଣ୍ଣିବଳୟ ଏବଂ ନିମ୍ନ ଚାପରେଖା ପ୍ରଭାବରେ ଗତକାଲି ଅଧିକାଂଶ ସହରରେ ହାଲୁକା ବର୍ଷା ହୋଇଥିଲା । ୬ ଏବଂ ୭ ତାରିଖ ବେଳକୁ ପୁଣି ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସହ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି।