spot_img

Latest Posts

ଆସନ୍ତା ୨୪ ଘଣ୍ଟା ବଳବତ୍ତର ରହିବ ହିଟ୍ ୱେଭ୍

ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି। ଆସନ୍ତା ୨୪ ଘଣ୍ଟା ବଳବତ୍ତର ରହିବ ହିଟ୍ ୱେଭ୍। ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ଗଜପତି, ବୌଦ୍ଧ ରେ ହିଟ୍ ୱେବ୍ ରହିବ। ଆଜି ଯଦିଓ ଗତକାଲି ଅପେକ୍ଷା ୨ ଡିଗ୍ରୀ ତାପମାତ୍ରା କମ୍ ରହିବ ତଥାପି ଗରମ ଓ ଗୁଳୁଗୁଳି ଲାଗି ରହିବ। ୨୪ ଘଣ୍ଟା ପରେ ତାତିରୁ ନିସ୍ତାର ମିଳିବ। କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ଫଳରେ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ। ଆସନ୍ତାକାଲି କିଛି ଜିଲ୍ଲାରେ କୁଆପଥର ବର୍ଷା ନେଇ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଛି। କେନ୍ଦୁଝରରେ ତାପମାତ୍ରା 38.6 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ 37.4, ସମ୍ବଲପୁରରେ 37.4, ଚାନ୍ଦବାଲିରେ 37.2, ହୀରାକୁଦ 36.9, ରାଉରକେଲା 36.6, ଭୁବନେଶ୍ୱର 36.2, ବାଲେଶ୍ୱରରେ ତାପମାତ୍ରା 36 ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଗୋପାଳପୁରରେ ତାପମାତ୍ରା 32.2 ଡିଗ୍ରୀ ଥିବା ବେଳେ, ପୁରୀରେ 31.8 ଓ ପାରାଦୀପରେ ତାପମାତ୍ରା 31.2 ଡିଗ୍ରୀ ରହିଛି। ପିକ୍ ଆଓ୍ବାରରେ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି।

Latest Posts

Don't Miss