spot_img

Latest Posts

ଜଳୁଛି ଓଡ଼ଶା, କଲବଲ କରୁଛି ଖରା

ଭୁବନେଶ୍ବର: ଆକାଶରୁ ଅଗ୍ନିବର୍ଷା । ଅସ୍ତବ୍ୟସ୍ତ ଜନଜୀବନ। ଉପାନ୍ତରୁ ଉପକୂଳ ଖରାର ପ୍ରକୋପ ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା। ବାଲେଶ୍ବରର ତାପମାତ୍ରା ସର୍ବାଧିକ ୩୯.୬ ଡିଗ୍ରୀ ଥିବା ବେଳେ, ରାଜଧାନୀ ଭୁବନେଶ୍ବରର ପାରା ୩୯.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଚାନ୍ଦାବାଲିରେ ୩୮.୭, ଝାରସୁଗୁଡ଼ାରେ ୩୮.୪, କେନ୍ଦୁଝରରେ ୩୮, ହୀରାକୁଦରେ ୩୭.୫, ରାଉରକେଲାରେ ୩୭, ସମ୍ବଲପୁରରେ ୩୬.୮, ଗୋପାଳପୁରରେ ୩୫.୨, ପାରାଦୀପରେ ୩୫ ଓ ପୁରୀରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଅସମ୍ଭାଳ ସ୍ଥିତି। ଓଡ଼ିଶା ସମେତ ଆନ୍ଧ୍ର ଉପକୂଳକୁ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟକୁ ଉତ୍ତର ପ୍ରଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ଗରମ ଶୁଷ୍କ ବାୟୁ ପ୍ରବେଶ କରୁଛି। ଯାହା ଫଳରେ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

Latest Posts

Don't Miss