ରାଜ୍ୟରେ ୨୨୫ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଆଜିର ସଂକ୍ରମିତ ସଂଖ୍ୟା । ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହେଉଥିବା ବେଳେ ଆଜି ଦୁଇ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨୫ କରୋନା ସଂକ୍ରମିତ ।  ଗତକାଲି ରାଜ୍ୟରେ ୧୧୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ୨୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସର ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ଏହି ୨୨୫ ଟି ପଜିଟିଭରେ ରହିଛି ୧୬ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୨୫ ଜଣ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ କଟକରୁ ୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ୧୩, ଖୋର୍ଦ୍ଧା ୧୯, ନୟାଗଡ଼ ୭, ଢେଙ୍କାନାଳ ୭, ବାଲେଶ୍ୱର ୨, ଅନୁଗୁଳ ୧, ଭଦ୍ରକ ୫ , କଳାହାଣ୍ଡି ୩, କନ୍ଧମାଳ ୧୫, ଗଞ୍ଜାମ ୨୦, ସୁନ୍ଦରଗଡ଼୧, ପୁରୀ ୧୫, ବଲାଙ୍ଗୀର ୧୨, କେନ୍ଦ୍ରାପଡ଼ା ୪, ମୟୁଭଞ୍ଜରୁ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଶୁକ୍ରବାର ଦିନ ଗଞ୍ଜାମର ୫୫ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହାଫଳରେ ୧୦ ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା ।

ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୪୭୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୨୩୪ଜଣ ସକ୍ରିୟ ରହିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply