ଉଚ୍ଚଶିକ୍ଷା ବିଭାଗର ଆଶ୍ୱାସନା, ଡେରି ହେଲେବି ବାତିଲ୍ ହେବନି ଶିକ୍ଷାବର୍ଷ

1 min read

ଭୁବନେଶ୍ୱର: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାର ବାଟ ଫିଟିବାରେ ଲାଗୁଛି । କରୋନା ସ୍ଥିତି ଦେଖି ନୂତନ ବର୍ଷରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ହେଲେ ଶିକ୍ଷା ବର୍ଷ ବାତିଲ୍ ହେବ ନାହିଁ । ବରଂ ଶିକ୍ଷା ବର୍ଷକୁ ବୃଦ୍ଧି କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଶିକ୍ଷା ବର୍ଷ ବାତିଲ୍ ପାଇଁ ସର୍ବଭାରତୀୟ ନୀତିର ଦାବି କରାଯାଇଛି । ସେପଟେ ଅନଲାଇନରେ ଚାଲିଥିବା ଶିକ୍ଷାଦାନରେ ସୁଧାର ଆଣିବାକୁ ଶିକ୍ଷାବିତ ମତ ଦେଇଛନ୍ତି ।

Odisha Higher Education Department Clarifies Education Year Will Not Cancel

ବିଳମ୍ବ ହେଲେ ବି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଯେତେ ଡେରି ହେବ ସେତିକି ବଢ଼ିବ ଶିକ୍ଷା ବର୍ଷ । ହେଲେ ବାତିଲ୍ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ନୂଆ ବର୍ଷରେ କଲେଜ ଖୋଲିବା ଉପରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ତେବେ ଚିନ୍ତାରେ ହଷ୍ଟେଲ ବ୍ୟବସ୍ଥା । ହଷ୍ଟେଲରେ କିପରି ସାମାଜିକ ଦୂରତା ରକ୍ଷା ହେବ, ତାହାର ତର୍ଜମା କରିବ ଉଚ୍ଚଶିକ୍ଷା ବିଭାଗ । ଗତ ମାର୍ଚ୍ଚ ମାସରୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଅଛି । ହେଲେ କରୋନା ପ୍ରଥମ ଲହରୀର ପ୍ରଭାବ କମିବାରୁ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା କରାଯାଇ ଅକ୍ଟୋବର ୩୧ ସୁଦ୍ଧା ଫଳ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ପିଜି ଓ ୟୁଜି ନାମାଲେଖା ବି ଚାଲିଛି ।

Odisha Higher Education Department Clarifies Education Year Will Not Cancel

ସାମଗ୍ରିକ ଭାବେ ସ୍ୱାସ୍ଥ୍ୟ ଅବସ୍ଥାକୁ ଗୁରୁତ୍ୱ ଦେଇ କଲେଜ ଖୋଲିବା ଉପରେ ମତ ରଖିଛନ୍ତି ଶିକ୍ଷାବିତ୍ । ଅନଲାଇନରେ ଚାଲିଥିବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀ କମ୍ ଲାଭ ପାଉଥିବାରୁ, ଏଥିରେ ସଂଶୋଧନ ଦାବି କରାଯାଇଛି । ଅନଲାଇନ୍ ପାଠ୍ୟକ୍ରମର ଅବ୍ୟବସ୍ଥା ଅନୁଭବ କରିଛନ୍ତି ରାଜ୍ୟ ସରକାର । ପାଠ୍ୟକ୍ରମରେ ଥିବା ଦ୍ୱନ୍ଦ୍ୱ ବି ଦୂର ହୋଇ ପାରୁନାହିଁ । ଏପରି ସ୍ଥିତିରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ।

Leave a Reply