ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଶାଶୂ ଘରେ ବୋହୂ ନୁହେଁ କ୍ରୀତଦାସ

କଟକ: କ୍ରୀତଦାସ ନୁହେଁ ବୋହୂ । ଶାଶୂଘରେ ବୋହୂକୁ କୌଣସି ବି ପରିସ୍ଥିତିରେ କ୍ରୀତଦାସ ଭଳି ବ୍ୟବହାର କରାଯାଇପାରିବନାହିଁ । ଶାଶୂଘରେ ବୋହୂକୁ ମାନବିକ ସମବେଦନା ମିଳିବା ଆବଶ୍ୟକ । ଏକ ବଧୂ ନିର୍ଯାତନା ସମ୍ପର୍କିତ ମାମଲାର ଶୁଣାଣି କରି ମାନ୍ୟବର ଓଡ଼ିଶା ହାଇକୋର୍ଟ ଏଭଳି ଟିପ୍ପଣୀ ଦେବା ସହିତ ଅଭିଯୁକ୍ତ  ସ୍ୱାମୀର ଜାମିନ ଆବେଦନ ଖାରଜ କରିଛନ୍ତି । ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଯୌତୁକ ଜନିତ ନିର୍ଯାତନା ଓ ମରଣାନ୍ତକ ଆକ୍ରମଣ ମାମଲାରେ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖ ଯୋଗ୍ୟ,  ୨୦୧୫ ଫେବ୍ରୁଆରୀ ୨୦ରେ ଢେଙ୍କାନାଳ ଅଞ୍ଚଳରେ ଏହି ବିବାହ ହୋଇଥିଲା । ଯୁବତୀଙ୍କ ବାପା ୫ ଲକ୍ଷ ଟଙ୍କା, ୨୦ ଭରି ସୁନା ଗହଣା ସହିତ ଅନ୍ୟ ଜିନିଷ ଯୌତୁକ ବାବଦରେ ଦେଇଥିଲେ । ବିବାହର ଦୁଇ ବର୍ଷ ପରେ ଅଧିକ ଯୌତୁକ ଦାବି କରି ଯୁବତୀଙ୍କୁ ଶାଶୂଘରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ମୁରବିଙ୍କ ହସ୍ତକ୍ଷେପ ପରେ ଆପୋସ ବୁଝାମଣାରେ ସମାଧାନ ହୋଇଥିଲା । ୬ ଜୁନ୍ ୨୦୨୦ରେ ଯୁବତୀଙ୍କୁ ତାଙ୍କ ସ୍ୱାମୀ ଓ ଶାଶୂଘରେ ଅନ୍ୟ କେତେକ ସଦସ୍ୟ ମାଡ଼ ମାରିବା ସହିତ ଆକ୍ରମଣ କରିଥିଲେ । ତାଙ୍କ ଦେହରେ ବାଇଡ଼ଙ୍କ ଲଗାଇ ଦେଇଥିଲେ । ସ୍ୱାମୀ ତାଙ୍କ ଉପରେ କିରାସିନି ଢ଼ାଳି ନିଆ ଲଗାଦେଇଥିବା ସ୍ତ୍ରୀ ଅଭିଯୋଗ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ: ଟିକା ନେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

Leave a Reply