ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ: ଧରଣୀଧର ସଭାପତି

କଟକ: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ଫଳ ପ୍ରକାଶ ପାଇଛି । ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହେଲେ ଧରଣୀଧର ନାୟକ । ସେହିଭଳି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଚିତ୍ତରଂଜନ ସ୍ୱାଇଁ । ଉପ ସଭାପତି ଭାବେ ବିଦ୍ୟାଧର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଦେବାଶିଷ ନନ୍ଦ, ସହ ସମ୍ପାଦକ ଭାବେ ଦେବାଶିଷ ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ଆଇନଜୀବୀଙ୍କ ବିଭିନ୍ନ ମୁଖ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଧରଣୀଧର ନାୟକ ।