ରାଜ୍ୟରେ ବଢ଼ିଲାଣି ତାତି, ୧୪ ସହର ତାପମାତ୍ରା ୪୧ ଡିଗ୍ରୀ ଉପରେ…

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ତାପମାତ୍ରା । ଦିନ ବେଳେ ଘରୁ ବାହାରିବା କଷ୍ଟକର ହେଲାଣି । ଗୋଟିଏ ମହଲା ଥିବା ଘର ଭିତରେ ରହିବା ମୁସ୍‌କିଲ ହେଲାଣି । ବିନା ଫ୍ୟାନ୍‌ ପଙ୍ଖା କୁଲର ଆଉ କାମ ଦେଉ ନାହିଁ । ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଏତେ ଯେ, ଲୋକଙ୍କ ଚିନ୍ତା ବଢ଼ିଲାଣି । ସେପଟେ ଆଗଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୧୪ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥି ମଧ୍ୟରୁ ୫ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଯାହାକି ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି ।

ତେବେ ରାଜ୍ୟରେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୫ ଡିଗ୍ରୀ, ଅନୁଗୁଳରେ ୪୩.୧ ଡିଗ୍ରୀ, ସମ୍ବଲପୁରରେ ୪୩.୦ ଡିଗ୍ରୀ, ବୌଦ୍ଦରେ ୪୩.୦ ଡିଗ୍ରୀ ତାପମାତ୍ରା ରହିଛି । ସେହିଭଳି ସୋନପୁରରେ ୪୨.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ହିରାକୁଦରେ ୪୨.୬, ତାଳଚେରରେ ୪୨.୬, ଭବାନୀପାଟଣା ୪୨.୫, ମାଲକାନଗିରି ୪୨.୦, ଫୁଲବାଣୀରେ ୪୧.୪ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୪୧.୦ ଡିଗ୍ରୀ ତାପମାତ୍ରା ରହିଛି ।ଆଗକୁ ଆହୁରି ତାପମାତ୍ରା ବଢ଼ିବା ସହ ତାତି ଅସହ୍ୟ ହେବ ବୋଲି ଆଶଙ୍କା ରହିଛି ।

Leave a Reply