ରାଜ୍ୟରେ ଟିକା ଅଭାବ, ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

1 min read
Odisha Health Minister Writes Centre To Provide Covishield Vaccine

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ଟିକାର ସ୍ୱଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍ ଟିକା କେନ୍ଦ୍ର ଯୋଗାଇଛି । ସେଥି ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ଟିକା ଥିବା ଥିବାବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ ଡୋଜ୍ କୋଭାକ୍ସିନ୍ ଟିକା । ବର୍ତ୍ତମାନ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରୀୟ କୋଭିଡ୍ ଟିକାକରଣ କେନ୍ଦ୍ର ମାନଙ୍କରେ କୌଣସି କୋଭିସିଲ୍ଡ ଟିକା ଗଚ୍ଛିତ ନାହିଁ । ୧ ଲକ୍ଷ ୭୪ ହଜାର ୪ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୨୬ ଡୋଜ୍ କୋଭାକ୍ସିନ୍ ଟିକାର ବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟରେ ପ୍ରତ୍ୟେକ ଦିନ ତିନି ଲକ୍ଷ ଟିକାକରଣ ଲାଗି କ୍ଷମତା ରହିଛି । ଏହି ସମୟରେ ରାଜ୍ୟକୁ ମାତ୍ର ୨ରୁ ୩ ଲକ୍ଷ ଡୋଜ୍ ଟିକା ମିଳୁଛି । ସୂଚନା ଯୋଗ୍ୟ, ଏପ୍ରିଲ୍ ୧୬ରେ ଟିକା ଅଭାବ ଯୋଗୁଁ ରାଜ୍ୟର ମୋଟ ୧୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ମାତ୍ର ୭୪୬ ଟିକାକରଣ କେନ୍ଦ୍ରରେ ଟିକାଦାନ ସମ୍ଭବ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଳ୍ପ ଓ ଅନିୟମିତ ଟିକା ଯୋଗାଣ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଟିକାର ଅଭାବ ଯୋଗୁଁ ଟିକାଦାନ କେନ୍ଦ୍ର ଗୁଡ଼ିକରେ ଯୋଜନା ମୁତାବକ ଟିକାକରଣ କାର୍ଯ୍ୟକ୍ରମ ସମ୍ଭବ ହୋଇ ପାରୁନାହିଁ ।

Odisha Health Minister Writes Centre To Provide Covishield Vaccine

ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି । ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଟିକା ଜରୁରୀକାଳୀନ ଭିତ୍ତିରେ ଯୋଗାଇ ଦେବାକୁ ପୁଣିଥରେ ଅନୁରୋଧ କରିଛନ୍ତି ନବ ଦାସ ।

Leave a Reply