spot_img

Latest Posts

ହକି ବିଶ୍ବକପ ପାଇଁ ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ବିଭାଗ, ମୋବାଇଲ ବନ୍ଦ ରଖିପାରିବେନି କର୍ମଚାରୀ

ଭୁବନେଶ୍ବର: ହକି ପୁରୁଷ ବିଶ୍ୱକପର ସୁପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ଖୋର୍ଦ୍ଧା ଜିଲ୍ଲା ସହରାଞ୍ଚଳ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ । ୧୩ ତାରିଖ ଠାରୁ ୨୯ ତାରିଖ ଅର୍ଥାତ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ସଜାଗ ରହିବାକୁ ନିର୍ଦ୍ଦେଶ। ମେଡିକାଲ ଅଫିସର, ଫାର୍ମାସିଷ୍ଟ, ନର୍ସିଂ ଷ୍ଟାଫ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନମା ଜାରି ହୋଇଛି । ସମସ୍ତଙ୍କୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

କୌଣସି କର୍ମଚାରୀ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ମୋବାଇଲ ବନ୍ଦ ରଖି ପାରିବେନି। କୌଣସି କର୍ମଚାରୀ ବିଶ୍ୱକପ ଆୟୋଜନ ସମୟରେ ନିଜର ସାପ୍ତାହିକ ଛୁଟି ନେଇ ପାରିବେ ନାହିଁ। ରାଜଧାନୀର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ପ୍ରକାରର ଅଭାବ ଅସୁବିଧା ଯେଭଳି ନରୁହେ ତାକୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ ପରିସରର ସ୍ଵଛତା ଓ ପରିମଳ ବ୍ୟବସ୍ଥା ଉପରେ ରହିବ ତୀକ୍ଷ୍ଣ ନଜର।

ୟୁନିଟ-4 ସ୍ୱାସ୍ଥ୍ୟକେନ୍ଦ୍ରରେ 20 ଏବଂ ପଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଟି ଶଯ୍ୟାକୁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ 19 ଟେଷ୍ଟିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ ଡିଆଯାଇଛି ନିର୍ଦେଶ। ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି ।
ଏହାର ତଦାରଖ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ।

Latest Posts

Don't Miss