ବିଦେଶରେ ବଢୁଛି ସଂକ୍ରମଣ, ଉଚ୍ଚସ୍ତରୀୟ ବୈଠକ ଡାକିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

1 min read

ଭୁବନେଶ୍ବର: ବିଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦେଖି ଆଲର୍ଟରେ ଓଡ଼ିଶା । ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ RMRC, ILS, ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତୃପକ୍ଷ ସାମିଲ ହେବେ । ଦିନ ସାଢେ ୧୨ଟାରେ ସଚିବାଳୟରେ ବୈଠକ ବସି ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ସମ୍ପର୍କରେ ଆଲୋଚନା କରାଯିବ । କୋଭିଡ ସଂକ୍ରମଣ ରୋକିବାକୁ ଟିକାକରଣ ଜରୁରୀ ।

ଦେଶ ତୁଳନାରେ ଓଡ଼ିଶାରେ ସଫଳ ଟିକାକରଣ ହୋଇଛି । ପ୍ରଥମ ଓ ଦ୍ବିତୀୟ ଡୋଜ ଟିକାକରଣ ପ୍ରାୟ ଶତ ପ୍ରତିଶତ ସରିଛି । ତୃତୀୟ ଡୋଜ ଟିକାକରଣ ୪୧ ପ୍ରତିଶତ ହୋଇଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ତୁରନ୍ତ ଟିକା ଦେବାକୁ ଗୁରୁତ୍ବ ଦିଆଯାଇଛି । ସେପଟେ ତୃତୀୟ ଡୋଜ ଟିକାକରଣକୁ ୬ ମାସ ବିତିଥିବାରୁ ରାଜ୍ୟରେ ଚତୁର୍ଥ ଡୋଜ୍ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରୁଛି ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟରେ ମାତ୍ର ୬ଟି ଜିଲ୍ଲା ଓ ୧୧ଟି ଘରୋଇ ହସ୍ପିଟାଲରେ ମହଜୁଦ ଥିବା ଟିକା ଯଥେଷ୍ଟ ନୁହେଁ । ଆଜି ବୈଠକର ନିଷ୍ପତ୍ତି ପରେ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ।